Latest Odisha News

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ମୁତୟନ ହେବେ କେନ୍ଦ୍ରୀୟ ସୁରକ୍ଷା ବଳ, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ମୁତୟନ ହେବେ କେନ୍ଦ୍ରୀୟ ସୁରକ୍ଷା ବଳ । ୪୮ ଘଣ୍ଟା ଭିତରେ ରାଜ୍ୟରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ ।

ଜୁଲାଇ ୮ ତାରିଖରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ହେବ । ଯେଉଁଥିପାଇଁ ନାମାଙ୍କନର ଶେଷ ତାରିଖ ଜୁନ୍ ୧୬ ତାରିଖ ରହିଛି । ଏହାରି ଭିତରେ ରାଜ୍ୟର ଅନେକ ସ୍ଥାନରେ ହିଂସାର ଖବର ଆସିଛି । ଗୁରୁବାର ଉତ୍ତର ଦିନାଜପୁର ଜିଲ୍ଲାରେ ନାମାଙ୍କନ ବେଳେ ୩ ଜଣଙ୍କୁ ଗୁଳି କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି, ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

ଗୁରୁବାର ହୋଇଥିବା ହିଂସା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳକୁ ଦାୟୀ କରିଛନ୍ତି । ମମତା କହିଛନ୍ତି, ନାମାଙ୍କନ ବେଳେ ବିରୋଧୀ ଦଳ ହିଂସା ସୃଷ୍ଟି କରିଛନ୍ତି । ରାଜ୍ୟର ଛବି ଖରାପ କରିବା ପାଇଁ ବିରୋଧୀ ଏଭଳି କରିଥିବା ଅଭିଯୋଗ କରିଛନ୍ତି ମମତା ବାନାର୍ଜୀ ।

Leave A Reply

Your email address will not be published.