Latest Odisha News

BREAKING NEWS

ଓଡ଼ିଶା ଆସିବେ ମୋଦି: ୟାସ୍ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟାସ୍ ପ୍ରଭାବିତ ଅଞ୍ଚଳ ବୁଲିଦେଖିବେ ମୋଦି । ସାମୁଦ୍ରିକ ଝଡ଼ ୟାସ୍ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଓଡ଼ିଶାରେ ତାଣ୍ଡବ ରଚିଛି ବାତ୍ୟା । ତେବେ ଉତ୍ତର ଓଡ଼ିଶା ଉପକୂଳରେ ବେଶୀ କ୍ଷତି ହୋଇଛି । ବହୁ ଘରଦ୍ୱାର ଭାଙ୍ଗି ଯାଇଥିବା ବେଳେ ଚାଷଜମି ସବୁ ନଷ୍ଟ ହୋଇଯାଇଛି । ଏବେ ବି ଲୋକେ ପାଣି ଘେରରେ ରହିଛନ୍ତି । ବାତ୍ୟା ପରବର୍ତ୍ତୀ ସ୍ଥିତିର ଅନୁଧ୍ୟାନ ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିବେ । ଭୁବନେଶ୍ୱରରେ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ସାକ୍ଷାତ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକରେ ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟ ନେଇ ଆଲୋଚନା କରିବାର କାର୍ଯକ୍ରମ ରହିଛି । ସମସ୍ତ ଆଲୋଚନା ସାରିବା ପରେ ପରେ ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ବାତ୍ୟା ଅଞ୍ଚଳ ଗୁଡିକ ବୁଲି ଦେଖିବେ ।

ବାତ୍ୟା ‘ୟାସ୍’ରେ ବେଶୀ ଖ୍ୟାତି ହୋଇଥିବା ସ୍ଥାନ ସହ ପାଣିଘେରରେ ରହିଥିବା ବନ୍ୟା ପ୍ରଭାବିତ ବାଲେଶ୍ୱର, ଭଦ୍ରକ ବୁଲି ଦେଖିବେ । ତ ସହିତ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରର ଅଞ୍ଚଳକୁ ପ୍ରଧାନମନ୍ତ୍ରୀ ମୋଦି ଆକାଶ ମାର୍ଗରୁ ପରିଦର୍ଶନ କରିବେ । ପରିଦର୍ଶନ କରିବା ପରେ ପଶ୍ଚିମବଙ୍ଗରେ ମୋଦି ସମୀକ୍ଷା ବୈଠକ କରିବେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.