Latest Odisha News

BREAKING NEWS

ହଜିଯାଉଛି କୌଳିକ ବୃତ୍ତି

ମୟୂରଭଞ୍ଜ : ବୁଡ଼ିବାକୁ ବସିଲାଣି କୌଳିକ ବୃତ୍ତି । ପୂର୍ବରୁ ମୃଦଙ୍ଗ ଓ ମାଦଳର ଅନେକ ଚାହିଦା ଥିବାବେଳେ ଏବେ ଅତ୍ୟାଧୁନିକ ବାଦ୍ୟଯନ୍ତ୍ର ପ୍ରଭାବରେ ଏହା ଲୋପ ପାଇବାକୁ ବସିଲାଣି । ଆଉ ଏହି ବୃତ୍ତିକୁ ଆପଣାଇଥିବା କାରୀଗରମାନେ ମଧ୍ୟ ଉଚିତ୍ ମୂଲ୍ୟ ନପାଇ ଏହି କାର୍ଯ୍ୟରୁ ମୁହଁ ଫେରାଇବାରେ ଲାଗିଲେଣି । ମୟୂରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟା ଅନ୍ତର୍ଗତ ତେଲିବିଲାରେ ୩ଟି ପରିବାର ମୃଦଙ୍ଗ କାରିଗର ଭାବେ ବେଶ୍ ପରିିଚିତ । ପୂର୍ବ ପୁରୁଷମାନେ ଏହି କୌଳିକ ବୃତ୍ତିକୁ ଆପଣେଇ ଥିବାବେଳେ ଏବେ ଏହାକୁ କେବଳ ବଞ୍ଚାଇରଖିବା ପାଇଁ ସଂଘର୍ଷ ଜାରୀ ରଖିଛନ୍ତି ପରିବାରର ସମସ୍ତ ସଦସ୍ୟ ।

ଗୋଟିଏ ମୃଦଙ୍ଗ ନିର୍ମାଣ କରିବାକୁ ୪ରୁ ୫ଦିନ ସମୟ ଲାଗୁଥିବାବେଳେ ପରିବାରର ସମସ୍ତ ସଦସ୍ୟଙ୍କୁ ଏହି କାର୍ଯ୍ୟ ପାଇଁ କିଛି ସମୟ ଦେବାକୁ ପଡିଥାଏ । ମୁଖ୍ୟତଃ ମୃଦଙ୍ଗର ଦୁଇପଟରେ ଯେଉଁ କଳା ରଙ୍ଗର କିରଣ ଲାଗିଥାଏ ତାହା କେବଳ ସ୍ତ୍ରୀ ଲୋକଙ୍କ ଦ୍ବାରା ନିଷ୍ଠାର ସହ କରାଯାଇଥାଏ । ବର୍ଷ ତମାମ ତିଆରି କରି ରଖୁଥିବା ମୃଦଙ୍ଗ କିମ୍ବା ମାଦଳ ସିଜିନ ଅନୁଯାୟୀ ବିକ୍ରି ହୋଇଥାଏ । ବୈଶାଖ ମାସରେ ୨୦ରୁ ୩୦ଟି ମୃଦଙ୍ଗ ବିକ୍ରି ହେଉଥିବା ବେଳେ ଭାଦ୍ରବ ମାସ ଆସିଲେ ୨୦ରୁ ୩୦ଟି ମାଦଳ ବିକ୍ରି ହୋଇଥାଏ ।

କାରିଗର ବହୁତ ପରିଶ୍ରମ କରୁଥିଲେ ମଧ୍ୟ ଆବଶ୍ୟକ ଅନୁସାରେ ପାରିଶ୍ରମିକ ମିଳୁନଥିବା ଯୋଗୁଁ ଅନ୍ୟ କାମ ଉପରେ ନିର୍ଭର କରିବା ପାଇଁ ପଡିଥାଏ । କରୋନା କାଳ ସହ ମହଙ୍ଗା ବଜାରରେ ମୃଦଙ୍ଗ ନିର୍ମାଣ କରି ନିଜ ପେଟ ପୋଷିଥୁଥିବା ଏହି କାରିଗର ପରିବାରଙ୍କୁ ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳିଲେ ଏହି ପରମ୍ପରାକୁ ଆଗକୁ ନେଇପାରିବେ ।

Leave A Reply

Your email address will not be published.