Latest Odisha News

BREAKING NEWS

ମୃତଦେହ ଧରି ପୋଲିସ ମୁଖ୍ୟାଳୟରେ ଡ୍ୟୁଟି କରିଥିଲା ଦୀପକ

ଭୁବନେଶ୍ୱର: ଧିରେ ଧିରେ ପଦାକୁ ଆସୁଛି ଅଭିଯୁକ୍ତ ଦୀପକ ରାଉତଙ୍କ ସତ। ଶୁଭମିତ୍ରାଙ୍କ ହତ୍ୟା ଘଟଣାର ପୁରା ସତ ସେ ପୋଲିସ ଆଗରେ କହିଛି । ସେପ୍ଟେମ୍ବର ୬ ତାରିଖରେ ଭୁବନେଶ୍ୱରରେ ହତ୍ୟା କରିଥିଲା । ଆଉ ହତ୍ୟା ପରେ ମୃତଦେହକୁ କାର ଭିତରେ ରଖି ଡ୍ୟୁଟି କରିଥିଲା। ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟରେ ମୃତଦେହକୁ କାରରେ ରଖିଥିଲା। ସିପି ଅଫିସରେ କିରାଣୀ ଭାବେ କାମ କରୁଥିଲା ଦୀପକ। ଅତି ସହଜରେ ସେଦିନ ସେ କାମ କରିଥିଲା। ଆଉ ସେଦିନ ହତ୍ୟା ପରେ ଘଟଗାଁର ଏକ ଜଙ୍ଗଲକୁ ନେଇ ପୋତି ଦେଇଥିଲା।

ହତ୍ୟା ଘଟଣା ଜଣାପଡିବା ପରେ ପୋଲିସ ଦୀପକକୁ ପ୍ରଥମେ ସସପେଣ୍ଡ କରି ଗିରଫ କରିଥିଲା। ଶୁଭମିତ୍ରାଙ୍କ ଆଗରୁ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲା ଦୀପକ। ଅପର୍ଣ୍ଣାଙ୍କୁ ସୋସିଆଲ ମିଡିଆରେ ଜାଣିବା ପରେ ଦୀପକ ପ୍ରେମ ବିବାହ କରିଥିଲା। ଅପର୍ଣ୍ଣା ୬ ମାସର ଗର୍ଭବତୀ ଥିବା ବେଳେ ତାଙ୍କର ଦୁର୍ଘଟଣା ହୋଇଥିଲା। ଦୀପକ ଓ ସ୍ତ୍ରୀ ଅପର୍ଣ୍ଣା ଭୁବନେଶ୍ୱର ଫେରିବା ବେଳେ ଦୁର୍ଘଟଣା ହୋଇଥିଲା ବୋଲି ଦୀପକ କହିଥିଲା। ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ଦୀପକ ନିଜେ ମେଡିକାଲକୁ ଆଣିଥିଲା। ହେଲେ ସେ ବଂଚିପାରିନଥିଲେ।

ଏହି ଘଟଣାରେ ଦୁର୍ଘଟଣା ପାଇଁ ଦୀପକ କୋଟିଏରୁ ଅଧିକ ଟଙ୍କା ଇନସ୍ୟୁରାନ୍ସରୁ ପାଇଥିଲା। ତେବେ ଶୁଭମିତ୍ରାଙ୍କ ହତ୍ୟା ଘଟଣା ବାବଦରେ ପୋଲିସ ଆଗରେ ଦୀପକ ସବୁ ସତ କହିଛି। ଶୁଭମିତ୍ରାଙ୍କୁ ହତ୍ୟା କରିବା ସ୍ୱୀକାର ପରେ ପ୍ରଥମ ସ୍ତ୍ରୀକୁ ମଧ୍ୟ ହତ୍ୟା କରିଥିବା ସନ୍ଦେହ କରାଯାଉଛି। କାରଣ ଦୀପକଙ୍କ ସହ ସେଦିନ ଅପର୍ଣ୍ଣା ଏକାକି ରହିଥିଲେ। ଆଉ ଦୁର୍ଘଟଣା ପରେ ଦୀପକ ହିଁ ଏକମାତ୍ର ସାକ୍ଷୀ ଥିଲା। ସେତେବେଳେ ପୋଲିସ କିଛି ନପାଇବାରୁ ଦୁର୍ଘଟଣାଜନିତ ମୃତ୍ୟୁ ଘୋଷଣା କରିଥିଲା। ବର୍ତ୍ତମାନ ଶୁଭମିତ୍ରା ମାମଲାରେ ଗିରଫ ହୋଇ କୋର୍ଟରେ ହାଜର ହୋଇଛି ଦୀପକ।

ସରକାରୀ ଓକିଲ ଦୀପକକୁ ତାଙ୍କ ଓକିଲ ସମ୍ପର୍କରେ ପଚାରିବାରୁ କାନ୍ଦି ପକାଇଥିଲା ସେ। ତା ସପକ୍ଷରେ କେସ ଲଢିବାକୁ କୌଣସି ଓକିଲ ରାଜି ନଥିବା କଥା ସେ କହିଛି। ଦୀପକ ବିରୋଧରେ ହତ୍ୟାକାଣ୍ଡ, ପ୍ରମାଣ ନଷ୍ଟ ଓ ଅପରାଧିକ ଷଡଯନ୍ତ୍ର ଭଳି ସଙ୍ଗୀନ ଦଫା ଲାଗିଛି। ତେବେ ଏହି ଘଟଣାରେ ଆଇନ କି ପ୍ରକାର ଦଣ୍ଡ ଦେଉଛି ତାହା ସମୟ ହିଁ କହିବ।

Comments are closed.