କଟକ: କଟକ ସହରରେ ନଭେମ୍ବର ୫ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ମହାନଦୀ କୂଳରେ ଅନୁଷ୍ଠିତ ହେବାକୁ ଥିବା ବାଲିଯାତ୍ରା ମହୋତ୍ସବରେ ବହୁ ସଂଖ୍ୟକ ଦର୍ଶକ ଏବଂ ଯାନବାହାନ ଭିଡ଼ ହେବାର ସମ୍ଭାବନା ରହିଛି।
ଏହାକୁ ଦୃଷ୍ଟିରେ ରଖି କଟକ ସହରର ବିଭିନ୍ନ ରାସ୍ତାରେ ଯାନବାହାନ ଗୁଡିକର ସୁନିୟନ୍ତ୍ରିତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ ଓଡିଶା ସହରାଞ୍ଚଳ ପୋଲିସ୍, ଭୁବନେଶ୍ୱର–କଟକ କମିଶନରେଟ ପୋଲିସ୍, ଟ୍ରାଫିକ ଓ ପବ୍ଲିକ ଅର୍ଡର ଅନୁସାରେ ନିମ୍ନଲିଖୁତ କଟକଣା ଗୁଡିକ ଲାଗୁ କରାଯାଇଛି। ବାଲିଯାତ୍ରାରେ ଦର୍ଶକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଯାନବାହନ ଗୁଡିକର ସୁନିୟନ୍ତ୍ରିତ ଚଳାଚଳ ଏବଂ ପଦଯାତ୍ରୀ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କଟକ ସହର ମଧ୍ୟରେ ଓ ଏହାର ଆଖପାଖ ଅଞ୍ଚଳରେ ଭାରୀ ଏବଂ ବାଣିଜ୍ୟିକ ଯାନବାହାନ ଚଳାଚଳ ପ୍ରତିବନ୍ଧିତ ରହିବ। କିନ୍ତୁ ଆମ୍ବଲାନ୍ସ, ଅଗ୍ନିଶମ ବାହିନୀ, ପୋଲିସ ଏବଂ ଉପଯୋଗୀ ସେବାରେ ନିୟୋଜିତ ଯାନଗୁଡ଼ିକ ନିମନ୍ତେ କଟକଣା ଲାଗୁ ହେବ ନାହିଁ।

ସେହିପରି ଭୁବନେଶ୍ବରରୁ ନନ୍ଦନକାନନ, ବାରଙ୍ଗ, ତ୍ରିଶୁଳିଆ ଦେଇ ଆସୁଥିବା ହାଲୁକା ଯାନଗୁଡ଼ିକ ନେତାଜୀ ସେତୁ ଦେଇ ବେଲଭ୍ୟ ଛକ (ନ୍ୟାୟିକ ଏକାଡେମୀ)ଠାରୁ ବାମ ମୋଡ଼ ନେଇ ସିଡିଏ-୧୧ ଦେଇ ବିଜୁ ପଟ୍ଟନାୟକ ପାର୍କରେ ପହଞ୍ଚିବେ ଏବଂ ଭୂଆସୁଣୀ ଗ୍ରାଉଣ୍ଡ କିମ୍ବା କୃଷକ ବଜାର ଗ୍ରାଉଣ୍ଡରେ ସେମାନଙ୍କର ଯାନ ପାର୍କ କରିବେ ଏବଂ ସଟଲ୍ ବସ୍ ସେବା ମାଧ୍ୟମରେ ବାଲିଯାତ୍ରା ଗ୍ରାଉଣ୍ଡରେ ପହଞ୍ଚିପାରିବେ। ଆଠଗଡ଼ ଏବଂ ବାଙ୍କୀ ପାର୍ଶ୍ବରୁ ନରାଜ ସେତୁ ଏବଂ ମଧୁସୂଦନ ସେତୁ ଦେଇ ଆସୁଥିବା ହାଲୁକା ଯାନଗୁଡ଼ିକ ଭୂଆସୁଣୀ ଗ୍ରାଉଣ୍ଡ, ଗୋରକବର ଗ୍ରାଉଣ୍ଡ କିମ୍ବା ଖ୍ରୀଷ୍ଟିଆନ୍ ଗ୍ରାଉଣ୍ଡରେ ସେମାନଙ୍କର ଯାନ ପାର୍କ କରିପାରିବେ ଏବଂ ସଟଲ୍ ବସ୍ ସେବା ମାଧ୍ଯମରେ ବାଲିଯାତ୍ରା ଗ୍ରାଉଣ୍ଡରେ ପହଞ୍ଚିପାରିବେ।
ସତୀଚୌରା ଛକରୁ ସେଲଟର ଛକ ଏବଂ କନିକା ଆସୁଥିବା ଦୁଇ ଚକିଆ ଯାନଗୁଡ଼ିକ ଦୟାଶ୍ରମ ପାର୍କିଂ (ଜୋନ୍- ୧ ଏବଂ ୨) ରେ ନିର୍ଦ୍ଧାରିତ ପାର୍କିଂ କରିପାରିବେ।
ଛକ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଗ୍ରାଉଣ୍ଡ କିମ୍ବା ଉପର ବାଲିଯାତ୍ରା ପଡ଼ିଆ ସ୍ଥାନରେ ସେମାନଙ୍କର ଯାନଗୁଡ଼ିକୁ ପାର୍କିଂ ମଧ୍ୟ କରିପାରିବେ।
ଏହି ପାର୍ଶ୍ବରୁ କୌଣସି ଯାନବାହାନ ସିଧାସଳଖ ରିଙ୍ଗ ରୋଡ୍ ଦେଇ ଗଡ଼ଗାଡିଆ ମନ୍ଦିର ଆଡକୁ ଯାଇପାରିବେ ନାହିଁ। ବାହାରିବା ସମୟରେ ସମସ୍ତ ଯାନବାହନ ରିଙ୍ଗ ରୋଡ୍ ମାତାମଠ, ଯୋବ୍ରା ଛକ ସିଲଭର ସିଟି ବୋଟିଂ କ୍ଲବ୍ ମୁଖ୍ୟ ଫାଟକ ଦେଇ ଯିବେ । ଗ୍ରିନାର୍ ହୋଟେଲ ଛକୁରୁ, ମଧୁସୂଦନ ପ୍ରତିମୂର୍ତ୍ତି ଆଡ଼କୁ କୌଣସି ଯାନବାହନ ଯିବାକୁ ଅନୁମତି ଦିଆଯିବ ନାହିଁ। ଯାନବାହନଗୁଡ଼ିକ ରିଙ୍ଗ ରୋଡ୍ ଆଡକୁ ଡାହାଣ ମୋଡ଼ ନେଇ ସିଲଭର ସିଟି ବୋଟିଂ କ୍ଲବ୍ ପାକିଂ ନମ୍ବର ୧,୨,୩, ଏବଂ ୪ ରେ ପାକିଂ କରିପାରିବେ । ଭୁଆସୁଣୀ ପାକଂରୁ କ୍ୟାଣ୍ଟନମେଣ୍ଟ ପୋଲିସ ଷ୍ଟେସନ ପର୍ଯ୍ୟନ୍ତ ପ୍ରଶାସନ ତରଫରୁ ସଟଲ୍ ବସ୍ ସେବା ବ୍ୟବସ୍ଥା କରାଯାଇଛି ।
ତେବେ ଏହି ନିୟମ ଖିଲାପ କଲେ ଖିଲାପକାରୀଙ୍କୁ ଓଡିଶା ସହରଞ୍ଚଳ ପୋଲିସ ଆଇନ ୨୦୦୩ ଧାରା ୯୬ ଅନୁସାରେ ଜୋରିମାନା ଦେବାକୁ ପଡିବ। ସେହିପରି ଟ୍ରାଫିକ ସମସ୍ୟା ଏଡାଇବା ନିମନ୍ତେ କମିଶନରେଟ୍ ପୋଲିସ, ଭୁବନେଶ୍ଵର ଏବଂ କଟକ ସର୍ବସାଧାରଣ ପରିବହନ ସେବା ବ୍ୟବହାର କରିବାପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
Comments are closed.