କଟକ: କଟକ ସହରରେ ମା କାଳୀଙ୍କ ମୂର୍ତ୍ତି ବିସର୍ଜନ ସମୟରେ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ୍ ପୋଲିସ ଶୁକ୍ରବାର ସକାଳ ୭ଟାରୁ କିଛି ରାସ୍ତା ଦେଇ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରିଛି।
ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଭିଡ଼କୁ ଦୃଷ୍ଟିରେ ରଖି ଓଡ଼ିଶା ସହରାଞ୍ଚଳ ପୋଲିସ ଆଇନ, ୨୦୦୩ (୨୦୦୭ର ଓଡ଼ିଶା ଆଇନ ୮)ର ଧାରା ୨୮ ଏବଂ ଭୁବନେଶ୍ୱର-କଟକ ପୋଲିସ କମିଶନରେଟ୍ (ଟ୍ରାଫିକ୍ ଏବଂ ସାର୍ବଜନୀନ ଶୃଙ୍ଖଳା) ନିୟମାବଳୀ, ୨୦୦୮ର ନିୟମ ୩୬ ଅନୁଯାୟୀ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି। ୨୪ ଅକ୍ଟୋବର ସକାଳ ୭ଟାରୁ ୨୫ ଅକ୍ଟୋବରରେ ବିସର୍ଜନ ଶୋଭାଯାତ୍ରା ସମାପ୍ତ ହେବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବା ନେଇ ପୋଲିସ ସୂଚନା ଦେଇଛି। ଜାଣନ୍ତୁ…
ହୱଡ଼ାମୋଟର ଛକ ଠାରୁ କୌଣସି ଯାନବାହାନ ସିଧା ମଙ୍ଗାଳାବାଗ ଛକ ଆଡକୁ ଯାଇପାରିବେ ନାହିଁ। ଏହି ଗାଡିଗୁଡିକ ହୱଡ଼ାମୋଟର ଛକ ଠାରୁ ମାତାମଠ ଛକ ଦେଇ ମହାନଦୀ ରିଂ ରୋଡ଼ରେ ଯାଇପାରିବେ। ରେଭେନ୍ସା କଲେଜ ପାଖ ସି.ଡ଼ି.ଏ ମାର୍କେଟ କମ୍ପ୍ଲେକ୍ସ ଛକ ଠାରୁ କୌଣସି ଯାନବାହନ ସିଧା ରାଣିହାଟ ବ୍ଲକଟାୱାର ଆଡକୁ ଯାଇପାରିବେ ନାହିଁ। ସେମାନେ ବମ୍ବେ ହୋଟେଲ ଛକ ଦେଇ ଯୋବ୍ରା ଆନିକଟ ଛକ ଦେଇ ଯାଇପାରିବେ।
ମାଲଗୋଦାମ ଷ୍ଟେଟ ବ୍ୟାଙ୍କ ପଟୁ କୌଣସି ଯାନବାହାନ ସିଧା ପିଲିଗ୍ରୀମ ରୋଡ ଦେଇ କଲେଜ ଛକ ଆଡକୁ ଆସିପାରିବେ ନାହିଁ, ସେହି ଗାଡିଗୁଡିକ ମାଲଗୋଦାମ ଭିତର ରାସ୍ତାରେ ଯାଇ ଓ.ଏମ୍.ପି ଫ୍ଲାଏଓଭର ଦେଇ ଓ.ଏମ.ପି କିମ୍ବା କଲେଜ ଛକକୁ ଯାଇପାରିବେ।
ମୋଟି ସାହି ଛକରୁ କୌଣସି ଯାନବାହାନ ରାଣୀହାଟ ହାଇସ୍କୁଲ ଦେଇ ବ୍ଲକଟାୱାର ଆଡକୁ ଯାଇପାରିବେ ନାହିଁ। ସେହି ଗାଡିଗୁଡିକ ଡକ୍ଟର ତେଜେଶ୍ଵର ରାଓ ଛକ ଦେଇ କେନାଲ କୁଳ ରାସ୍ତରେ ଜୋବ୍ରାକୁ ବାହାରିପାରିବେ।
ମେଢ ଗୁଡିକ ରାଣିହାଟ ଛକ ଅତିକ୍ରମ କରୁଥିବା ସମୟରେ ବଜ୍ରକବାଟି ଛକ ଠାରୁ କୌଣସି ଯାନବାହାନ ରାଣିହାଟ ଆଡକୁ ଯାଇପାରିବେ ନାହିଁ।
କାଠଗୋଲା ଛକରୁ କୌଣସି ଯାନବାହାନ ସିଧା ମଙ୍ଗଳବାଗ ଆଡକୁ ଆସିପାରିବେ ନାହିଁ, ସେମାନେ ମେଡ଼ିକାଲ ଭିତର ଦେଇ କିମ୍ବା ମଲ୍ଲସାହି ଦେଇ ମହାନଦୀରିଂ ରୋଡ଼ରେ ଯାତାୟାତ କରିପାରିବେ।
ଭିଜିଲାନ୍ସ ଗଡା ଠାରୁ କୌଣସି ଗାଡ଼ି ସହର ଭିତରକୁ ପ୍ରବେଶ କରିପାରିବେ ନାହିଁ। ସେମାନେ ମହାନଦୀ ରିଂ ରୋଡ଼ରେ କିମ୍ବା ବକ୍ସଡ୍ରେନ ଦେଇ ଯାତାୟାତ କରିପାରିବେ।
ଦମକଳ କେନ୍ଦ୍ର ଛକଠାରୁ କୌଣସି ଯାନବାହାନ ବକ୍ସିବଜାର ଏବଂ କ୍ଲବ ଆଣ୍ଡ କ୍ଲବ ମୁଖ୍ୟରାସ୍ତାରେ ଯାଇପାରିବେ ନାହିଁ।
ଗ୍ରୀନାର ହୋଟେଲ ଛକ ଠାରୁ କୌଣସି ଯାନବାହାନ ସିଧା ମଣିସାହୁ ଛକ କିମ୍ବା ମସ୍ତାନଦରଘା ଛକ (ତନିଷ୍କ) ଆଡକୁ ଆସିପାରିବେ ନାହିଁ।
ବେପାରୀ ସାହି ଦୂର୍ଗା ଘର ଛକ, ପେନ ସଜ୍ଜ୍ବଳି ଓ ସମାଜ ଅଫିସ ଛକ ଠାରୁ କୌଣସି ଯାନବାହାନ ସିଧା ବକ୍ସିବଜାର ଆଡକୁ ଆସିପାରିବେ ନାହିଁ।
ମେରିଆବଜାର ବ୍ରିଜପଟୁ କୌଣସି ଯାନବାହାନ ସିଧା ପ୍ରଭାତ ସିନେମା ଆଡକୁ ଆସିପାରିବେ ନାହିଁ।
ଲକ୍ଷ୍ମୀବ୍ରାସ ଛକ ଠାରୁ କିମ୍ବା କର ପ୍ୟାଲେସ ପାଖ ଛକ ଠାରୁ କୌଣସି ଯାନବାହାନ ସିଧା ତିନିକୋଣିଆ ବଗିଚା ଆଡକୁ ଆସିପାରିବେ ନାହିଁ।
ହାତୀ ପୋଖରୀ ଛକ ପଟୁ କୌଣସି ଯାନବାହାନ ସିଧା ଜେଲ ରୋଡ ଆଡକୁ ଆସିପାରିବେ ନାହିଁ। ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ପାଖରୁ କୌଣସି ଯାନବାହାନ ପଢିଆରୀ ପାଠାଗାର ଓ ଗୌରିଶଙ୍କ ର ପାର୍କ ଆଡକୁ ଆସିପାରିବେ ନାହିଁ । ସେହିପରି ଧର୍ମଶାଳା ଛକ ପାଖରୁ କୌଣସି ଯାନବାହାନ ସିଧା ଗୌରିଶଙ୍କର ପାର୍କ ଓ ଉତ୍କଳିକା ଛକ ଆଡକୁ ଆସିପାରିବେ ନାହିଁ।
ହାଇକୋର୍ଟ ଛକ ପଟୁ କୌଣସି ଯାନବାହାନ ସିଧା ବାଲୁବଜାର ଆଡକୁ ଯାଇପାରିବେ ନାହିଁ, ବାଲୁବଜାର ଛକ ପଟୁ କିମ୍ବା ପେଟ୍ରାଛକ ରୁ କୌଣସି ଯାନ ଚୌଧୁରୀବଜାର ଆଡକୁ ଆସିପାରିବେ ନାହିଁ।
ମୁନସିପାଲିଟି ଅଫିସ ପୁରୁଣା ଗେଟ ପଟୁ କୌଣସି ଯାନବାହାନ ସିଧା ପୁର୍ଣ୍ଣସାହୂ ଛକ ଆଡକୁ ଆସିପାରିବେ ନାହିଁ।
ନନ୍ଦୀସାହି ଛକ ପଟୁ କୌଣସି ଯାନବାହାନ ଆପଣଙ୍କ ହୋଟେଲ ଛକ ଦେଇ ପୂର୍ଣ୍ଣସାହୁ ଛକକୁ ଆସିପାରିବେ ନାହିଁ।
ତଳ ତେଲେଙ୍ଗା ବଜାର ପଞ୍ଚମୁଖୀ ଚଉରା ଛକରୁ କୌଣସି ଯାନବାହାନ ନୃସିଂହନାଥ ମଠ ରାସ୍ତାରେ କାଠ ଯୋଡି ବନ୍ଧ ରାସ୍ତାକୁ ଯାଇପାରିବେ ନାହିଁ।
ଖାନନଗର ଛକରୁ ଓ ବ୍ଲଲାଗୁନ ହୋଟେଲ ଛକ ପଟୁ କୌଣସି ଯାନବାହାନ କାଠ ଯୋଡି ରିଙ୍ଗ ରୋଡ ରେ ପୁରିଘାଟ ଥାନା ଆଡକୁ ଯାଇପାରିବେ ନାହିଁ।
ଜୁଡିସିଆଲ ଏକାଡ଼େମୀ ଛକରୁ କୌଣସି ଭାରୀଯାନ ପୁରୀଘାଟ ଆଡକୁ ଯାଇପାରିବେ ନାହିଁ। ସେମାନେ ତ୍ରିସୁଳିଆ କିମ୍ବା ସତିଚଉରା ଦେଇ ଯାଇପାରିବେ।
ତେବେ ଭାରୀ ଯାନବାହାନ ଏବଂ ଯାତ୍ରୀବାହୀ ବସ୍ ଗୁଡ଼ିକୁ ଜୁଡିସିଆଲ୍ ଏକାଡେମୀ ଛକରୁ ପୁରୀଘାଟ ଅଭିମୁଖେ ଯାତ୍ରା ପାଇଁ ଅନୁମତି ନାହିଁ। ଏହା ବଦଳରେ ସେମାନେ ତ୍ରିଶୁଳିଆ କିମ୍ବା ସତୀଚଉରା ରୁଟ୍ ବ୍ୟବହାର କରିପାରିବେ। ପୋଲିସ, ଅଗ୍ନିଶମ ବାହିନୀ, ଅବକାରୀ ଏବଂ ଆମ୍ବୁଲାନ୍ସ ସମେତ ଜରୁରୀକାଳୀନ ସେବା ଯାନଗୁଡ଼ିକୁ ଯାତାୟାତ ପାଇଁ ଅନୁମତି ରହିଛି। କୌଣସି ବ୍ୟକ୍ତି ଯଦି ଏହି ନିୟମ ଗୁଡିକ ଉଲ୍ଲଂଘନ କରିବେ ତେବେ ଓଡ଼ିଶା ସହରାଞ୍ଚଳ ପୋଲିସ ଆଇନ, ୨୦୦୩ ର ଧାରା ୯୬ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।
Comments are closed.