ଭୁବନେଶ୍ବର: ସପ୍ତଦଶ ବିଧାନସଭାର ପଞ୍ଚମ ଅଧିବେଶନ ଆସନ୍ତା ୨୭.୧୧.୨୦୨୫ ଠାରୁ ୩୧.୧୨.୨୦୨୫ ପର୍ଯ୍ୟନ୍ତ ହେବ।
ବିଧାନସଭା ଚାଲୁଥିବା ସମୟରେ ଯାନବାହନ ଚଳାଚଳ ଓ ଜନସାଧାରଣଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଧାନସଭା ସଂଲଗ୍ନ ରାସ୍ତା ମାନଙ୍କରେ ଓଡିଶା ସହରାଞ୍ଚଳ ଆଇନ୍ ୨୦୦୩ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ ର ଧାରା ୮) ଏବଂ ପୁଲିସ କମିଶନରେଟ୍ ଭୁବନେଶ୍ବର କଟକ ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର ଓ ରେଗୁଲେଶନ ୨୦୦୮ ଧାରା ୩୬ ଅନୁସାରେ ନିମ୍ନଲିଖ କଟକଣା ଗୁଡ଼ିକ ଲାଗୁ କରାଯାଇଛି। ଜାଣନ୍ତୁ…
* ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ଗୁଡ଼ିକ କେଶରୀ ଟକୀଜ୍ ଠାରୁ ବାମ ପାର୍ଶ୍ଵ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ।
* ଏ.ଜି. ଛକ ପଟୁ ପି.ଏମ୍.ଜି. ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ଗୁଡ଼ିକ ଜୟଦେବ ଭବନ ପାଖରେ ଡାହାଣ ପାର୍ଶ୍ଵରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ।
* ମାଷ୍ଟର କ୍ୟାଣ୍ଟିନ୍ ଛକ ପଟୁ ପି.ଏମ୍.ଜି. ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ଗୁଡ଼ିକ ଲୋୟର ପି.ଏମ୍.ଜି. ଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ଵ ରାସ୍ତା ଦେଇ ଯାଇପାରିବେ।
* ୧୨୦ ବାଟାଲିୟନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହନ ଗୁଡ଼ିକ ପାୱାର ହାଉସ୍ ଛକ ଦେଇଯିବେ।
* ରାଜଭବନ ଛକ ପଟୁ ଏମ୍.ଏଲ୍.ଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହନ ଗୁଡ଼ିକ ଶାସ୍ତ୍ରୀ ନଗର ଛକ ଦେଇ ଯିବେ।
ଉପରୋକ୍ତ କଟକଣା ଗୁଡ଼ିକ ଜରୁରୀ କାଳୀନ କାର୍ଯ୍ୟରେ ନିୟୋଜିତ ଥିବା ଯାନବାହନ (ପୋଲିସ, ଅଗ୍ନିଶମ ଓ ଆମ୍ବଲାନ୍ସ ) ଏବଂ ବିଧାନ ସଭା, ରାଜ୍ୟ ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଯାନବାହନ ନିମନ୍ତେ ଲାଗୁ ହେବ ନାହିଁ। ତେବେ ଏହି କଟକଣା ଗୁଡ଼ିକ ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ ବଳବତ୍ତର ରହିବ।
Comments are closed.