Latest Odisha News

ହିଂସାକାଣ୍ଡ ପରେ ସ୍ୱାଭାବିକ ହେଲା ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ : ସାଡଧାରଣତନ୍ତ୍ର ଦିବସରେ ଅଶାନ୍ତ ହୋଇ ପଡ଼ିଥିବା ଜାତୀୟ ରାଜଧାନୀ ଦିଲ୍ଲୀରେ ସ୍ୱାଭାବିକ ହୋଇଛି ସ୍ଥିତି । କୃଷି ଆଇନକୁ ବିରୋଧ କରି ଚାଷୀମାନେ ଟ୍ରାକ୍ଟର ରାଲି ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା । ପୋଲିସ ଲାଠିଚାର୍ଜ କରିବା ସହ ଲୁହାବୁହା ଗ୍ୟାସ ପ୍ରୟୋଗ କରିଥିଲା । ଯାହା ପରେ ଉତ୍ତ୍ୟ ହୋଇପଡିଥିଲେ ଚାଷୀ । ପୋଲିସର ଲାଠିମାଡକୁ ଖାତିର ନକରି ଚାଷୀମାନେ ଲାଲକିଲ୍ଲାରେ ପ୍ରବେଶ କରିଥିଲେ । ସେଠାରେ ନିଜର ଶିଖ ପତାକା ମଧ୍ୟ ଉଡ଼ାଇଥିଲେ । ଏହାକୁ ନେଇ ଦିଲ୍ଲୀ ପୂରା ଅଶାନ୍ତ ହୋଇପଡ଼ିଥିଲା। ସୁରକ୍ଷା ଦୃଷ୍ଟିରୁ ଟ୍ରାଫିକ ଠାରୁ ଆରମ୍ଭ କରି ମେଟ୍ରୋ ସେବାକୁ ବନ୍ଦ କରାଯାଇଥିଲା।

ହେଲେ ସନ୍ଧ୍ୟାରେ ପ୍ରଥମେ ସଂଯୁକ୍ତ କିଷାନ ମୋର୍ଚ୍ଚା ସଙ୍ଗେ ସଙ୍ଗେ ଟ୍ରାକ୍ଟର ରାଲିକୁ ପ୍ରତ୍ୟାହାର କରି ଚାଷୀଙ୍କୁ ଆନ୍ଦୋଳନ ସ୍ଥଳକୁ ଫେରିବାକୁ କହିଥିଲା । ଚାଷୀମାନେ ଆନ୍ଦୋଳନସ୍ଥଳକୁ ଫେରିବା ପରେ ରାଜଧାନୀ ଦିଲ୍ଲୀରେ ଧିରେ ଧିରେ ସ୍ବାଭାବିକ ହୋଇଛି ସ୍ଥିତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଦିଲ୍ଲୀ ପୋଲିସ । ଦିଲ୍ଲୀରେ ଉତ୍ତେଜନା ପରେ ପଞ୍ଜାବ ଓ ହରିଆଣାରେ ହାଇଆଲର୍ଟ ଜାରି କରାଯିବା ସହ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି ।

ପରିସ୍ଥିତି ଶାନ୍ତ ପଡ଼ିବା ପରେ ଏନଏଚ-୨୪ ଓ ଏନଏଚ ୯ ମଧ୍ୟ ସଂପୂର୍ଣ୍ଣ ଭାବେ ଖୋଲା ରହିଛି । ଦିଲ୍ଲୀ ଗେଟ, ଆଇଟିଓ ଜଙ୍କସନ, ଆଜାଦପୁର ଓ ମଡେଲ ଟାଉନର ପ୍ରବେଶ ଓ ପ୍ରସ୍ଥାନ ସ୍ୱାଭାବିକ ହୋଇଯାଇଛି ।

Comments are closed.