Latest Odisha News

ଟ୍ରାଫିକ୍ ପୋଲିସଙ୍କ ଅନନ୍ୟ ପ୍ରୟାସ: ମାର୍କର ପେନ୍ ଦେଇ ପରୀକ୍ଷାର୍ଥୀଙ୍କୁ କଲେ ଉତ୍ସାହିତ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଚାଲିଛି । ଉଭୟ ସିବିଏସି ଏବଂ ବିଏସଇ ପିଲାମାନଙ୍କର ଦଶକ ବୋର୍ଡ ପରୀକ୍ଷା ଚାଲିଛି । ବୋର୍ଡ ପରୀକ୍ଷା ଜୀବନର ଏକ ଗୁରୁତ୍ବପୂଣ୍ଣ ପରୀକ୍ଷା ହୋଇଥିବା ବେଳେ ପ୍ରାୟତଃ ଏଥିପାଇଁ ପିଲାମାନେ ଚାପାଗ୍ରସ୍ତ ଥାଆନ୍ତି । ଏହି କାରଣୁ ଦେଶର ପ୍ରଧାନମନ୍ତ୍ରୀ ଙ୍କ ଠାରୁ ନେଇ ସେଲିବ୍ରିଟି, ଅଭିଭାବକ..ସମସ୍ତେ ପିଲାଙ୍କୁ ଚାପରୁ ମୁକ୍ତ ରହି କିପରି ପରୀକ୍ଷାରେ ନିଜର ଶତ ପ୍ରତିଶତ ଦେବେ ସେଥିପାଇଁ ପ୍ରୋତ୍ସାହିତ କରୁଛନ୍ତି ।

ଆଉ ଏହି ପରିପ୍ରେକ୍ଷୀରେ ଆଜି ରାଜଧାନୀ ରାଜରାସ୍ତାରେ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ଆଜି କମିଶନରେଟ୍ ପୋଲିସ ଟ୍ରାଫିକ୍ ୟୁନିଟ୍, ଦଶମ ଶ୍ରେଣୀ ବୋର୍ଡ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ସମୟରେ ଉତ୍ସାହିତ ଏବଂ ସମର୍ଥନ କରିବା ପାଇଁ ବିଭିନ୍ନ ଟ୍ରାଫିକ୍ ଛକରେ ମାର୍କର ପେନ୍ ବଣ୍ଟନ କରି ଶୁଭେଚ୍ଛା ଜଣାଇଛି । ପିଲାଙ୍କ ମନବୋଳ ବଢାଇବା ସହ ସେମାନଙ୍କୁ ପରୀକ୍ଷା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ବିଭିନ୍ନ ଟ୍ରାଫିକ୍ ପୋଲିସ୍ ।

ତେବେ ସିବିଏସଇ ପିଲାଙ୍କ ପରୀକ୍ଷା ଗତ ଫେବୃଆରୀ ୧୫ରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ମାର୍ଚ୍ଚ ୧୮ରେ ଶେଷ ହେବ । ପୂର୍ବରୁ ଦୁଇଟି ବିଷୟ ସରିଥିବା ବେଳେ ଆଜି ସିବିଏସଇ ଛାତ୍ରଛାତ୍ରୀଙ୍କ, ପରୀକ୍ଷାର ୩ୟ ଦିନରେ ସୋସିଆଲ ସାଇନ୍ସ ଏକଜାମ୍ ରହିଛି । ସେହିପରି ବିଏସଇ ପିଲାଙ୍କ ଗତ ଫେବୃଆରୀ ୨୧ ରୁ ଆରମ୍ଭ ହୋଇଥିବା ପରୀକ୍ଷା, ଆସନ୍ତା ମାର୍ଚ୍ଚ ୬ରେ ଶେଷ ହେବ । ଏମାନଙ୍କର ମଧ୍ୟ ୨ଟି ବିଷୟ ସରିଛି । ଆସନ୍ତା ୨୭ରେ ଥାର୍ଡ ଲାଙ୍ଗୁଏଜ୍ ଏକଜାମ୍ ରହିଛି ।

Comments are closed.