ଭୁବନେଶ୍ୱର: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଆଜିଠୁ ଆରମ୍ଭ ହେଉଛି ପରେଡ୍ ରିହରସାଲ୍ । ଆଜି ଅପରାହ୍ଣ ସାଢ଼େ ୨ଟାରୁ ୫ଟା ମଧ୍ୟରେ ମଧ୍ୟ ବିଭିନ୍ନ ରାସ୍ତାକୁ ବନ୍ଦ କରି ଦିଆଯିବ । ଗାନ୍ଧୀମାର୍ଗକୁ କୌଣସି ଗାଡ଼ି ଆସିବାକୁ ଦିଆଯିବ ନାହିଁ । ଜନପଥରେ ଟ୍ରାଫିକ୍ ଚଳାଚଳ ସ୍ୱାଭାବିକ ରହିବ । କିନ୍ତୁ ମାଷ୍ଟରକ୍ୟାଣ୍ଟିନ୍ ଠାରୁ ଗାନ୍ଧିମାର୍ଗକୁ କୌଣସି ଗାଡ଼ି ଯିବାକୁ ଅନୁମତି ଦିଆଯିବ ନାହିଁ ।
ସଚିବାଳୟ ମାର୍ଗରେ ହାଉସିଂ ବୋର୍ଡରୁ ପିଏମ୍ଜି ପଟକୁ ଆସୁଥିବା ଗାଡ଼ି ରବୀନ୍ଦ୍ର ମଣ୍ଡପ ପୂର୍ବରୁ ବାମ ପଟକୁ ବୁଲିବେ । ସେମାନଙ୍କୁ ସଚିବାଳୟମାର୍ଗକୁ ଆସିବା ପାଇଁ ଦିଆଯିବ ନାହିଁ । ଏଜି ଛକରୁ ପିଏମ୍ଜି ଛକ ଆଡ଼କୁ ଆସୁଥିବା ଗାଡ଼ି ଇନ୍ଦିରା ପାର୍କ ପୂର୍ବରୁ ଡାହଣକୁ ମୋଡ଼ିବେ । ୧୨୦ ବାଟାଲିୟନରୁ ରବୀନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ଗାଡ଼ି ଗୁଡ଼ିକ ଏମ୍ଏଲ୍ଏ କଲୋନୀ ମୋଡ଼ରେ ବାମକୁ ଯିବେ ।
୨୬ ତାରିଖ ଦିନ ସକାଳ ୭ରୁ ୧୦ ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିବ ବୋଲି କମିଶନରେଟ୍ ପୁଲିସ୍ ନିର୍ଦ୍ଦେଶନାମା ଜାରି କରିଛି । ଉଲ୍ଲଘଂନ କଲେ ହଜାରେରୁ ୫ ହଜାର ଟଙ୍କା ଫାଇନ୍ ଆଦାୟ କରାଯିବ ।
Comments are closed.