Latest Odisha News

BREAKING NEWS

ଦଉଡ଼ିରେ ଝୁଲି ଝୁଲି ନଈ ପାରିହେଲେ ଗର୍ଭବତୀ । ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ

କେନ୍ଦୁଝର: ଜନନୀ ଯନ୍ତ୍ରଣାର ହୃଦୟ ବିଦାରକ ଦୃଶ୍ୟ, ପ୍ରସବ ଯନ୍ତ୍ରଣା ସତ୍ୱେଏମିତି ବିପଦସଙ୍କୁଳ ଅବସ୍ଥାରେ ଭରା ନଇ ପାର ହେଉଛନ୍ତି ଗର୍ଭବତୀ ମହିଳା ।  ଆଉ ଏହି ସମୟରେ ଅପହଞ୍ଚ ଇଲାକା ପାଇଁ ଦେବଦୂତ ସାଜି ପହଞ୍ଚି ଯାଇଥିଲେ ଅଗ୍ନିଶମ ବାହିନୀ  ।

ଏକ ଦଉଡ଼ି ସାହାଯ୍ୟରେ ଜଣେ ଗୁରୁତର ଗର୍ଭବତୀ ମହିଳାଙ୍କୁ ଉଛୁଳା ନଈ ପାରି କରାଇଛନ୍ତି ଅଗ୍ନିଶମ ବାହିନୀ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ତାଳପଦା ପଞ୍ଚାୟତରେ ଘଟିଛି ଏଭଳି ଅଭାବନୀୟ ଘଟଣା।  ଉଛୁଳା ନଈରେ ପ୍ରଖର ସୁଅ, ତା’ ଉପର ଦେଇ ଲମ୍ବିଛି ଦଉଡ଼ି। ଆଉ ସେଥିରେ ଝୁଲି ଝୁଲି ନଈ ପାରି ହେବାକୁ ପଡ଼ୁଛି ଜଣେ ଯନ୍ତ୍ରଣାରେ ଛଟପଟ ଗର୍ଭବତୀ ମହିଳାଙ୍କୁ।

ତାଳପଦା ପଞ୍ଚାୟତ ମୁଣ୍ଡାସାହିକୁ ରାସ୍ତା ଖଣ୍ଡେ ନଥିବାରୁ, ତେଲକୋଇ ଅଗ୍ନିଶମ ବାହିନୀ ସହାୟତାରେ ଏଭଳି ବିପଦ ସଂକୁଳ ଅବସ୍ଥାରେ ସମାକୋଇ ନଦୀ ପାରି ହୋଇଛନ୍ତି ୩ ମାସର ଗର୍ଭବତୀ ବାସନ୍ତି ମହାରଣା।

ତାଙ୍କ ପେଟ ଭୀଷଣ ଯନ୍ତ୍ରଣା ହୋଇଥିଲା, ଆଉ ଆଜି ସକାଳୁ ସେ ଗୁରୁତର ହୋଇଯାଇଥିଲେ। ଏଣେ ଅସମ୍ଭବ ଯନ୍ତ୍ରଣା, ତେଣେ ଉଛୁଳା ନଈ। ମେଡିକାଲକୁ ଯିବାର ବାଟ ନାହିଁ। ଏଭଳି ସ୍ଥିତିରେ ଅଗ୍ନିଶମ ବାହିନୀ ଦେବଦୂତ ସାଜି ମହିଳାଙ୍କୁ ନଈ ପାରି କରାଇବା ସହିତ ତେଲକୋଇ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ ।

ମହିଳାଙ୍କ ଅବସ୍ଥା ଆହୁରି ସଂକଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝରକୁ ସ୍ଥାନାନ୍ତର କରାଯାଇଛି ।

 

 

Leave A Reply

Your email address will not be published.