Latest Odisha News

BREAKING NEWS

ପାରାଦୀପରେ ଇଲିସ ଅଭାବ; କୂଳକୁ ଆସୁନାହାନ୍ତି ମାଛ

ପାରାଦୀପ: ବର୍ଷା ହେଉଛି, ସମୁଦ୍ରରେ ପୂବେଇ ଓ ଉତ୍ତରା ପବନ ବହୁଛି। ହେଲେ ପାରାଦ୍ଵୀପକୁ ଆସୁନାହାନ୍ତି ଇଲିସି । ସୁଆଦିଆ ଇଲିସି ମାଛ ପାଇଁ ବାଧକ ସାଜୁଛି ଗୋଳିଆ ବଢ଼ି ପାଣି। କୂଳକୁ ଆସୁନାହାନ୍ତି ଇଲିସି ।  ଇଲିସି ଅଭାବ ଯୋଗୁଁ ବଜାରରେ ଦର ବି ଉଞ୍ଚା । ହତାଶ ହେଉଛନ୍ତି ଖାଉଟି।

BjdElectrycity

ମାଛ ଭିତରେ ରାଜା ମାଛ ଇଲିସି । ସୁଆଦ ଯେମିତି, ଚାହିଦା ସେମିତି ତାକୁ ଦେଖି କଷା ହୁଏ ଦର । ମାତ୍ର ଶ୍ରାବଣ ଓ ଆଷାଢ଼ ମାସରେ ସଠିକ୍ ପାଣିପାଗ ରହିଲେ ହିଁ କୂଳକୁ ଆସନ୍ତି ଇଲିସି । ଲଗାଣ ବର୍ଷା, ପୂର୍ବେଇ ଉତ୍ତରା ପବନ ମୁହାଣ ଦେଇ ଗୋଳିଆ ବଢ଼ି ଇଲିସି ନେଇ ଆସନ୍ତି ।

ଗୋଳିଆ ମିଠା ପାଣିରେ ଅଣ୍ଡା ଦେବା ପାଇଁ ଆସନ୍ତି ଇଲିସି।୧୫ ଦିନର ବ୍ୟବସାୟ ମତ୍ସ୍ୟଜୀବୀ, ବୋଟ୍ ମାଲିକଙ୍କୁ ବର୍ଷ ଯାକ ଚଳିବା ପାଇଁ ରୋଜଗାର ଦିଏ । ଆଉ ଆମିଷାସୀଙ୍କ ହାଣ୍ଡିଶାଳ ଇଲିସି ସୁଆଦରେ ମହକେ । ହେଲେ ଗତ ୪ ବର୍ଷ ହେଲା ପାଗ ଅନୁକୂଳ ନହେବାରୁ ମତ୍ସ୍ୟଜୀବୀ ଓ ଖାଉଟି ଏହି ସୁଆଦିଆ ଇଲିସିରୁ ବଞ୍ଚିତ ।

୪ ବର୍ଷ ହେଲା ପାରାଦ୍ଵୀପ ମୁହାଁ ହେଉନାହାନ୍ତି ଇଲିସି ମାଛ। ପାଣିପାଗରେ ପରିବର୍ତ୍ତନ, ଠିକ୍ ବର୍ଷା ହେଉନଥିବା ବେଳେ ଛତିଶଗଡ଼ର ବ୍ୟାରେଜ ଯୋଗୁଁ ମହାନଦୀରେ ଆସୁନି ଗୋଳିଆ ବଢ଼ି ପାଣି। ଗଭୀର ସମୁଦ୍ରରେ ଥିବା ଇଲିସିଙ୍କୁ କୂଳକୁ  ଆସିବାକୁ ସୁହାଇଲା ଭଳି ସମୁଦ୍ରରେ ପୂବେଇ ଓ ଉତ୍ତରା ପବନ ବହୁଛି ।

ଆଉ ବର୍ଷା ମଧ୍ୟ ହେଉଛି। ହେଲେ ମହାନଦୀ ରେ ଏଯାଏଁ ଦିଶୁନି ଗୋଳିଆ ପାଣି। ଯେଉଁଥିପାଇଁ ଏବେ କମ୍ ଇଲିସି ମାଛ ଜାଲରେ ପଡୁଛନ୍ତି। ଗତ ଦୁଇଦିନ ହେଲା ଗୋଟିଏ ବୋଟ୍ ରେ ୩୦ ରୁ ୪୦ କିଲୋ ପର୍ଯ୍ୟନ୍ତ ଇଲିସି ମାଛ ଧରା ହେଉଛି। ଯାହାର କିଲୋ ପ୍ରତି ଦର ରହିଛି ୧୪ ଶହ ଟଙ୍କାରୁ ୧୬ ଶହ ଟଙ୍କା । ଏମିତି ଉଞ୍ଚା ଦର ସାଧାରଣ ଖାଉଟିଙ୍କ ମୁହଁ ମୋଡ଼ି ଦେଉଛି।

ଶ୍ରାବଣ ମାସ ଆରମ୍ଭ ହୋଇଥିଲେ ବି ମହାନଦୀରେ ଆସିନାହିଁ ଗୋଳିଆ ବଢ଼ି ପାଣି, ଫଳରେ କୂଳକୁ ଆସୁନାହାନ୍ତି ସୁଆଦିଆ ଇଲିସି ମାଛ। କିନ୍ତୁ ଚଳିତ ବର୍ଷ କୂଳକୁ ଇଲିସି ମାଛ ଆସିବା ପାଇଁ ସମୁଦ୍ରରେ ବହୁଛି ପୂବେଇ ଓ ଉତ୍ତରା ପବନ, ଯାହା ଆଗକୁ ଇଲିସି ଆସିବାର ଶୁଭ ସଙ୍କେତ ବୋଲି ଆଶା କରିଛନ୍ତି ମତ୍ସ୍ୟଜୀବୀ ।

Leave A Reply

Your email address will not be published.