Latest Odisha News

BREAKING NEWS

ଟ୍ରାଇର ବଡ଼ ନିଷ୍ପତ୍ତି, ବଦଳିଯିବ ସାରା ଦେଶର ଲ୍ୟାଣ୍ଡଲାଇନ୍ ନମ୍ବର

ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ ଦୁଇ ଦଶନ୍ଧି ପୁରୁଣା ଜାତୀୟ ନମ୍ବରିଂ ସିଷ୍ଟମକୁ ପରିବର୍ତ୍ତନ କରିବାକୁ ସୁପାରିଶ କରିଛି। ଏହି ସୁପାରିଶ କାର୍ଯ୍ୟକାରୀ ହେବା ପରେ, ସାରା ଦେଶରେ ଲ୍ୟାଣ୍ଡଲାଇନ୍ ନମ୍ବର ପରିବର୍ତ୍ତନ ହେବ। ନିୟାମକଙ୍କ ଏହି ସୁପାରିଶ ଲାଗୁ ହେବା ପରେ ସାରା ଭାରତବର୍ଷରେ ଲ୍ୟାଣ୍ଡ ଟେଲିଫୋନ ନମ୍ୱର ବଦଳି ମୋବାଇଲ ଭଳି ୧୦ ଅଙ୍କ ବିଶିଷ୍ଟ ନମ୍ୱର ହେବ ।

ଟେଲିକମ୍ ନିୟାମକ ଏହାର ପ୍ରକାଶନରେ କହିଛି ଯେ ଦେଶରେ ମୋବାଇଲ୍ ଫୋନ୍ ଏବଂ ସଂଯୁକ୍ତ ଡିଭାଇସ୍ ସଂଖ୍ୟାରେ ଦ୍ରୁତ ବୃଦ୍ଧି ସହିତ, ନମ୍ବରିଂ ସିଷ୍ଟମରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ଯାହା ଦ୍ଵାରା ସମସ୍ତଙ୍କୁ ନିର୍ଭରଯୋଗ୍ୟ ଟେଲିକମ୍ ସେବା ଯୋଗାଇ ଦିଆଯାଇପାରିବ।

୨୦୨୨ ମସିହାରେ ଦୂରସଂଚାର ବିଭାଗ (DoT) ସ୍ଥିର ଲାଇନ ନମ୍ବର ଏବଂ ଏହାର ଟେଲିକମ୍ କୋଡ୍ ସ୍ଥିର କରିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିବା ପରେ TRAI ର ଏହି ସୁପାରିଶ ଆସିଛି। ଟେଲିକମ୍ ଅପରେଟର ଏବଂ ବିଶେଷଜ୍ଞଙ୍କଠାରୁ ମିଳିଥିବା ମତାମତ ଆଧାରରେ, ଟେଲିକମ୍ ନିୟାମକ ଏହି ବଡ଼ ନିଷ୍ପତ୍ତି ନେଇଛି। ଟ୍ରାଇ ନିଜ ସୁପାରିସରେ କହିଛି ଯେ, ଫିକ୍ସଡ ଲାଇନ୍ ଅର୍ଥାତ୍ ଲ୍ୟାଣ୍ଡ ଲାଇନରେ ନମ୍ୱରିଂ ସିଷ୍ଟମକୁ ମୋବାଇଲ ଭଳି ୧୦ ଅଙ୍କ କରାଯିବାର ଆବଶ୍ୟକତା ରହିଛି ।

ଏହାଦ୍ୱାରା ନମ୍ୱରର ସଠିକ୍ ବ୍ୟବହାର କରାଯାଇପାରିବ। ପ୍ରତ୍ୟେକ ଲ୍ୟାଣ୍ଡ ଲାଇନରେ ଅନ୍ୟ ଏକ ଲ୍ୟାଣ୍ଡ ଲାଇନକୁ କଲ୍ କରିବା ପାଇଁ ‘ଶୂନ’ ବା ଜିରୋ ଲଗାଇବାର ଆବଶ୍ୟକତା ପଡ଼ିବ। ତେବେ ମୋବାଇଲ ଦ୍ୱାରା ଡାଏଲିଂ କରାଯାଉଥିବା ପ୍ରକ୍ରିୟା ପୂର୍ବଭଳି ରହିବ। ନିୟାମକ ବ୍ୟବସ୍ଥାରେ ଏହି ପରିବର୍ତ୍ତନ ଲାଗି ଟେଲିକମ୍ କମ୍ପାନୀଗୁଡ଼ିକୁ ୬ ମାସ ସମୟ ଦେଇଛି।

ଆଗାମୀ ୫ ବର୍ଷରେ ମୋବାଇଲ ଭଳି ଫିକ୍ସଡ ଲାଇନ ପୋର୍ଟେବିଲିଟି ସିଷ୍ଟମ ଆଣିବାକୁ ଯୋଜନା ରହିଛି। ଏଥିସହ ଟ୍ରାଇ ଫ୍ରଡ୍ କଲ୍ରୁ ମୁକ୍ତି ଦେବା ପାଇଁ କଲର ଆଇଡି ନେମ୍ ପ୍ରେଜେଣ୍ଟେସନ୍ ସର୍ଭିସ୍ ରୋଲ୍ ଆଉଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ନିୟମ ଜାରି ହେବା ପରେ ଟେଲିକମ୍ କମ୍ପାନୀମାନେ ଏହି ନୂଆ ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରିବେ । ଟ୍ରାଇ କହିଛି ଯେ, ମେସିନ-ଟୁ-ମେସିନ ଡିଭାଇସ ନିମନ୍ତେ ୧୩ ନମ୍ୱରର ଡିଜିଟ୍ ଜାରି କରାଯିବ, ଯାହା ଏବେ ୧୦ ଟିକିଆ ନମ୍ୱର ରହିବ ।

 

Comments are closed.