ଭୁବନେଶ୍ବର : ଦୁର୍ବଳ ହୋଇଛି ବାତ୍ୟା ଗୁଲାବ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସାଙ୍ଗକୁ ଗଛ ଭାଙ୍ଗି ଯାଇଛି । ସେହିପରି ଆନ୍ଧ୍ରପ୍ରଦେଶରେ ମଧ୍ୟ ବାତ୍ୟାର ପ୍ରଭାବ ପଡିଛି । ପବନ ଯୋଗୁଁ ବଡଗଡ଼ ଗଛ ଉପୁଡି ପଡ଼ିଛି । ହେଲେ ସେପରି କୌଣସି କ୍ଷୟକ୍ଷତି ହୋଇନାହିଁ । ତେବେ ବାତ୍ୟା ପ୍ରଭାବରେ କିଛି ଟ୍ରେନକୁ ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛି ରେଳବାଇ ।
ଆଜି ପାଇଁ ବାତିଲ ହୋଇଥିବା ଟ୍ରେନ୍ ଗୁଡିକ ହେଲା – ୦୮୪୧୭ ପୁରୀ-ଗୁଣୁପୁର ସ୍ପେଶାଲ ପୁରୀରୁ ଆଜି ବାତିଲ ହୋଇଛି । ୦୮୫୨୮ ବିଶାଖାପାଟନମ୍-ରାୟପୁର ସ୍ପେଶାଲ୍ ବିଶାଖାପାଟନମରୁ, ୦୮୫୨୭ ରାୟପୁର-ବିଶାଖାପାଟନମ୍ ସ୍ପେଶାଲ୍ ରାୟପୁରରୁ, ୦୮୫୨୨ ବିଶାଖାପାଟନମ୍-ଗୁଣୁପୁର ସ୍ପେଶାଲ୍ ବିଶାଖାପାଟନମରୁ, ୦୮୫୨୧ ଗୁଣୁପୁର-ବିଶାଖାପାଟନମ୍ ସ୍ପେଶାଲ୍ ଗୁଣୁପୁରରୁ, ୦୮୪୬୬ ପୁରୀ-ଶାଲୀମାର ସ୍ପେଶାଲ୍ ପୁରୀରୁ, ୦୮୪୬୫ ଶାଲୀମାର-ପୁରୀ ସ୍ପେଶାଲ୍ ଶାଲିମାରରୁ, ୦୮୫୧୬ ବିଶାଖାପାଟନମ୍-କିରାଣ୍ଡୁଲ୍ ସ୍ପେଶାଲ୍ ବିଶାଖାପାଟନମରୁ, ୦୮୫୧୫ କିରାଣ୍ଡୁଲ-ବିଶାଖାପାଟନମ୍ ସ୍ପେଶାଲ୍ କିରାଣ୍ଡୁଲରୁ ଆଜି ପାଇଁ ଜଗଦଲପୁର ଏବଂ ବିଶାଖାପାଟନମ୍ ମଧ୍ୟରେ ବାତିଲ୍ ହୋଇଛି । ସେହିପରି ୦୮୪୧୮ ଗୁଣୁପୁର-ପୁରୀ ସ୍ପେଶାଲ୍ ଗୁଣୁପୁରରୁ ଆସନ୍ତାକାଲି ପାଇଁ ବାତିଲ ହୋଇଛି ।
ଏହାଛଡା ପୂର୍ବତଟ ରେଳବାଇର ୱାଲଟିୟର ଡିଭିଜନ୍ ଅନ୍ତର୍ଗତ ବିଶାଖାପାଟନମ୍-ବିଜୟନଗରମ-ରାୟଗଡା ରେଳ ବିଭାଗ ମଧ୍ୟରେ ରେଳ ଟ୍ରାକ୍ ଉପରେ ଜଳ ପ୍ରବାହ କରିବା ଏବଂ ଜମି ରହିବା ଦୃଷ୍ଟିରୁ ଆଉ କିଛି ଟ୍ରେନକୁ ଆଜି ମଧ୍ୟ ବାତିଲ କରାଯାଇଛି । ଏହି ଟ୍ରେନ୍ ଗୁଡିକ ହେଲା – ୦୮୫୦୮ ବିଶାଖାପାଟନମ୍-ରାୟଗଡା ସ୍ପେଶାଲ୍ ବିଶାଖାପାଟନମରୁ, ୦୮୧୦୭ ରାଉରକେଲା-ଜଗଦଲପୁର ସ୍ପେଶାଲ୍ ରାଉରକେଲା ଠାରୁ, ୦୮୫୦୭ ରାୟାଗଡା-ବିଶାଖାପାଟନମ୍ ସ୍ପେଶାଲ୍ ରାୟାଗଡା ଠାରୁ, ୦୮୧୦୮ ଜଗଦଲପୁର-ରାଉରକେଲା ସ୍ପେଶାଲ୍ ଜଗଦଲପୁରରୁ, ୦୮୫୧୮ ବିଶାଖାପାଟନମ୍-କୋରବା ସ୍ପେଶାଲ୍ ବିଶାଖାପାଟନମରୁ, ୦୮୫୧୭ କୋରବା-ବିଶାଖାପାଟନମ୍ ସ୍ପେଶାଲ୍ କୋରବା ଠାରୁ, ୦୮୪୪୫ ଭୁବନେଶ୍ବର-ଜଗଦଲପୁର ସ୍ପେଶାଲ୍ ଭୁବନେଶ୍ବରରୁ, ୦୨୦୯୭ ଭୁବନେଶ୍ୱର-ଜୁନାଗଡ଼ ରୋଡ୍ ସ୍ପେଶାଲ ଭୁବନେଶ୍ବରରୁ ବାତି ହୋଇଛି । ସେହିପରି ଆସନ୍ତାକାଲି ପାଇଁ ୦୮୪୪୬ ଜଗଦଲପୁର-ଭୁବନେଶ୍ବର ସ୍ପେଶାଲ୍ ଜଗଦଲପୁରରୁ ଓ ୦୨୦୯୮ ଜୁନାଗଡ଼ ରୋଡ଼-ଭୁବନେଶ୍ବର ସ୍ପେଶାଲ୍ ଜୁନାଗଡ଼ ରୋଡ଼ ଠାରୁ ବାତିଲ ହୋଇଛି ।
Comments are closed.