Latest Odisha News

ରିଲ୍ସ କରିବା ବେଳେ ନାବାଳକଙ୍କୁ ଧକ୍କା ଦେଲା ଟ୍ରେନ୍

ପୁରୀ:କାଳ ହେଲା ରିଲ୍ସ ନିଶା । ଜାନକାଦେଇପୁର ଷ୍ଟେସନରେ ରିଲ୍ସ ନେଲା ନାବାଳକର ଜୀବନ ବୋଲି ଖବର ଆସିଛି । ପୁରୀ ଚନ୍ଦନପୁର ଥାନା ଜାନକାଦେଇପୁର ଷ୍ଟେସନରେ ଘଟିଛି ଅଘଟଣ। ମା’ ଦକ୍ଷିଣ କାଳୀଙ୍କୁ ଦର୍ଶନ କରି ଫେରିବା ବେଳେ ଟ୍ରେନଟି ଧକ୍କା ଦେଇଥିବା ସୂଚନା ମିଳିଛି।

ସୂଚନାମୁତାବକ, ମୃତକ ନାବାଳକ ପୁରୀ ମଙ୍ଗଳାଘାଟର ବୋଲି କୁହାଯାଉଛି। ତାଙ୍କ ନାଁ ବିଶ୍ବଜିତ ସାହୁ। ଆଉ ରିଲ୍ସ କରିବାବେଳେ ହିଁ ଏହି ଦୁର୍ଘମଣା ଘଟିଛି ବୋଲି କୁହାଯାଉଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ।

 

Comments are closed.