Latest Odisha News

BREAKING NEWS

ୱାଗନ୍ ଛାଡ଼ି ପଳାଇଲା ମାଲବାହୀ ଟ୍ରେନର ଇଞ୍ଜିନ୍

ଭୁବନେଶ୍ୱର: ୱାଗନ୍ ଛାଡ଼ି ପଳାଇଲା ଇଞ୍ଜିନ୍ । ଭୁବନେଶ୍ୱରର ବାଣୀବିହାର ଷ୍ଟେସନ ନିକଟରେ ଆଜି ଏକ ମାଲବାହୀ ଟ୍ରେନ୍ ଇଞ୍ଜିନ୍ କିଛି ବଗି ଛାଡ଼ି ପଳାଇଥିଲା । ମେରାମୁଣ୍ଡଳୀ ଅଭିମୁଖେ ଯାଉଥିବା ଟ୍ରେନର କିଛି ବଗି ବାଣୀବିହାର ଷ୍ଟେସନରେ ରହି ଯାଇଥିବା ବେଳେ କିଛି ବଗି ସହ ଆଗକୁ ପଳାଇଥିଲା ଇଞ୍ଜିନଟି ।

ଅନ୍ୟ ବଗି ଗୁଡ଼ିକ ବାଣୀବିହାର ଷ୍ଟେସନରେ ରହି ଯାଇଥିଲା । ତେବେ ଏ ସମ୍ପର୍କରେ ଲୋକୋ ପାଇଲଟ୍ ପ୍ରଥମେ ଜାଣି ପାରି ନଥିଲେ । ମଞ୍ଚେଶ୍ୱର ଷ୍ଟେସନରେ ମାଲବାହୀ ଟ୍ରେନ୍ ପହଞ୍ଚିବା ପରେ ଟ୍ରେନର ବଗି ରହି ଯାଇଥିବା ଜାଣି ପାରିଥିଲେ ଲୋକୋ ପାଇଲଟ୍ ।

ଏ ସମ୍ପର୍କରେ ଜାଣିବା ପରେ ରେଲୱେ ଅଧିକାରୀ ତୁରନ୍ତ ବାଣୀବିହାର ଷ୍ଟେସନକୁ ଯାଇ ରହି ଯାଇଥିବା ବଗି ଗୁଡ଼ିକୁ ନେବା ଲାଗି ବ୍ୟବସ୍ଥା କରିଥିଲେ । ଫଳରେ ବାଣୀବିହାର ରୁଟରେ ଏକାଧିକ ଟ୍ରେନ୍ ଯାତାୟାତ ବାଧାପ୍ରାପ୍ତ ହେବା ସହ ବିଳମ୍ବ ଘଟିଛି ।

Comments are closed.