Latest Odisha News

BREAKING NEWS

ଚକ୍ରଧରପୁର ନିକଟରେ ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ, ୬ରୁ ଊର୍ଦ୍ଧ୍ୱ ଆହତ

ରାଞ୍ଚି: ଆଜି ବୋର ୩.୪୫ ରେ ଝାଡଖଣ୍ଡର ଚକ୍ରଧରପୁର ନିକଟରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି। ଟ୍ରେନ୍ ନମ୍ବର ୧୨୮୧୦ ହାୱଡା-CSMT ଏକ୍ସପ୍ରେସ ଚକ୍ରଧରପୁର ନିକଟରେ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ୬ ରୁ ଉର୍ଦ୍ଧ୍ୱ ଯାତ୍ରୀ  ଆହତ ହୋଇଥିବା ଖବର ରହିଛି। ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଛି। ଚକ୍ରଧରପୁର ଡିଭିଜନ୍‌ର ରାଜଖରସୁଆଁରୁ ୭ କିମି ଦୂରରେ ଦୁର୍ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନାନୁସାରେ, ଏହି ଟ୍ରେନ୍ ଦୁର୍ଘଟଣା ସକାଳ ପ୍ରାୟ ୩.୪୫ ସମୟରେ ରାଜଖରସ୍ୱାନ୍ ୱେଷ୍ଟ୍ ଆଉଟର୍ ଏବଂ ବାରବାମ୍ବୁ ଷ୍ଟେସନ ମଧ୍ୟରେ ଘଟିଛି। ଘଟଣାସ୍ଥଳରେ ରେଳବାଇର ଡାକ୍ତରୀ ଦଳ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସେହିପରି ରେଳବାଇ କର୍ମଚାରୀ ଏବଂ ଏଡିଆରଏମ ସିକେପି ସହିତ ଏଆରଏମଇ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ସମସ୍ତ ଆହତଙ୍କୁ ଭାରତୀୟ ରେଳବାଇର ଡାକ୍ତରୀ ଦଳ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଛନ୍ତି।

ସୂଚନାନୁସାରେ, ହାୱଡା-ମୁମ୍ବାଇ ମେଲ୍ ଏକ୍ସପ୍ରେସ୍‌ର ପ୍ରାୟ ୫ଟି ବଗି ଲାଇନଚ୍ୟୁତ ହୋଇ ସେଠାରେ ପାର୍କିଂ ହୋଇଥିବା ମାଲବାହୀ ଟ୍ରେନ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ଦୁର୍ଘଟଣାର କାରଣ କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏକ୍ସପ୍ରେସ ଟ୍ରେନର ଦୁର୍ଘଟଣା ସମୟରେ ଏକ ମାଲବାହୀ ଟ୍ରେନ୍ ସଂଲଗ୍ନ ଟ୍ରାକରେ ଛିଡା ହୋଇଥିଲା। ସମାନ ମାଲବାହୀ ଟ୍ରେନ୍ ସହିତ ଖସିପଡିଥିବା ବଗିଗୁଡିକ ଧକ୍କା ହୋଇଥିଲା। ଆହତମାନଙ୍କୁ ଉଦ୍ଧାର କରାଯାଇ ଏୟାର ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଛି। ଭଲ ଖବର ହେଉଛି ଯେ କୌଣସି ଯାତ୍ରୀ ଗୁରୁତର ଆହତ ହୋଇନାହାଁନ୍ତି ଏବଂ ଏହି ଦୁର୍ଘଟଣାରେ କେହି ପ୍ରାଣ ହରାଇ ନାହାଁନ୍ତି। ରେଲୱେ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି।

ରାଉରକେଲା, ଝାରସୁଗୁଡ଼ା, ଚକ୍ରଧରପୁର, ଟାଟାନଗର ପାଇଁ ହେଲ୍ପଲାଇନ୍‌ ଜାରି ହୋଇଛି। ରାଉରକେଲା 0661-2501072/2500244/2500191/2500171 । ଝାରସୁଗୁଡ଼ା ପାଇଁ ହେଲ୍ପ ଲାଇନ୍‌ ନମ୍ବର 06645-272530 । ଚକ୍ରଧରପୁର ପାଇଁ ହେଲ୍ପଲାଇନ୍‌ ନଂ 72770, 06587-238072 । ଟାଟାନଗର ପାଇଁ ହେଲ୍ପଲାଇନ୍‌ ନଂ 0657-2290324, RLY-73523 ଜାରି ହୋଇଛି।

Comments are closed.