ଚୀନ୍: ବଡ଼ ବଡ଼ ସହରମାନଙ୍କରେ ନିତିଦିନିଆ କାର୍ଯ୍ୟ ପାଇଁ ଲୋକେ ମେଟ୍ରୋ ଟ୍ରେନ ହେଉ ବା ସାଧାରଣ ଟ୍ରେନ ଉପରେ ନିର୍ଭର କରିଥାନ୍ତି । ଏହି ଟ୍ରେନ୍ରେ ସେମାନେ ନିୟମିତ ଅଫିସ ଯାଆସ କରିଥାନ୍ତି । ଅଫିସରୁ କ୍ଲାନ୍ତ ହୋଇ ଘରକୁ ଫେରିବା ସମୟରେ ଯଦି ଟ୍ରେନ୍ରେ ସିଟ୍ ନ ମିଳିଲା,ତାହାହେଲେ ସେମାନଙ୍କ ଅବସ୍ଥା ସାଘାଂତିକ ହୋଇପଡ଼େ । ଏହାକୁ ଦୃଷ୍ଟିରେ ରଖି ଚୀନ୍ରେ ଜଣେ ଯୁବକ ଏପରି କରି ଦେଖାଇଛନ୍ତି, ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଏହାଦ୍ୱାରା ବ୍ୟକ୍ତିଜଣକ ଆରାମରେ ଯାତ୍ରା କରିପାରୁଛନ୍ତି ।
ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ଏଥିରେ ଜଣେ ବ୍ୟକ୍ତି ରେଳ ଷ୍ଟେସନକୁ ଯିବାବେଳେ ବ୍ୟାକପ୍ୟାକ୍ ପରି ଗୋଟିଏ ସିଟ୍ ସୋଫା ନେଇଥିବାର ନଜର ଆସୁଛନ୍ତି । ଅଫିସ କର୍ମଚାରୀମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଏହି ବ୍ୟକ୍ତି ପ୍ରତିଦିନ ଘରୁ ସୋଫା ଆଣି ଷ୍ଟେସନରେ ଆରାମରେ ବସି ମେଟ୍ରୋ ଟ୍ରେନକୁ ଅପେକ୍ଷା କରନ୍ତି ଓ ପରେ ଟ୍ରେନ୍ ଭିତରେ ସିଟ୍ ନ ମିଳିଲେ ତାକୁ ପକାଇ ବସନ୍ତି ।
ଏହି ବ୍ୟକ୍ତି ଜଣକ ଚୀନ୍ର ହାଙ୍ଗଜୋ ମେଟ୍ରୋ ଷ୍ଟେସନ୍ରେ ସୋଫାରେ ବସି ଟ୍ରେନକୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି । ଏନେଇ ବ୍ୟକ୍ତି ଜଣକ କହିଛନ୍ତି ଯେ, ସେ ପ୍ରତ୍ୟେକ ଦିନ ଅଫିସକୁ ଯିବା ଆସିବା କରିବା ପାଇଁ ଘଣ୍ଟା ଘଣ୍ଟା ଧରି ମେଟ୍ରୋ ଟ୍ରେନ୍ରେ ଯାତ୍ରା କରନ୍ତି । ଅଫିସରୁ ଫେରିବା ସମୟରେ ସିଟ୍ ନ ମିଳିବାରୁ ବେଶୀ ଟାଏଡ଼ ଲାଗେ । ଏହି ସମସ୍ୟାର ସମାଧାନ ପାଇଁ ଏକ ସ୍ୱତନ୍ତ୍ର ପ୍ରକାରର ସୋଫା ଡିଜାଇନ୍ ପାଇଲେ, ଯେଉଁଥିରେ ଷ୍ଟ୍ରାପ୍ ଗୁଡିକ ପଛରେ ବନ୍ଧା ହୋଇଥିଲା । ଏହାକୁ ସହଜରେ ଯେକୌଣସି ସ୍ଥାନକୁ ନିଆଯାଇପାରିବ । ପ୍ରଥମେ ସେ ଏକ ପୋର୍ଟେବଲ୍ ଚେୟାର ତିଆରି କରିବାକୁ ଚିନ୍ତା କରୁଥିଲେ, କିନ୍ତୁ ଅଫିସରେ ମଧ୍ୟ ସମାନ ଚେୟାର ଅଛି ଏବଂ ଦିନସାରା ଥକି ଯାଇଥିବାରୁ ସେ ଆଉ ଏପରି ଚେୟାରରେ ବସିବାକୁ ଚାହାଁନ୍ତି ନାହିଁ । ସେଥିପାଇଁ ଏକ ସୋଫା ତିଆରି କରିବାକୁ ସ୍ଥିର କଲେ । ଆଉ ସେହି ସୋଫା ସାହାଯ୍ୟରେ ସେ ଆରାମରେ ଟ୍ରେନକୁ ଅପେକ୍ଷା କରିବା ସହ ଯାତ୍ରା ବି କରିପାରୁଛନ୍ତି । ତାଙ୍କର ସାଙ୍ଗମାନେ ଏହାର ଏକ ଭିଡିଓ କରିଥିଲେ ଯାହାଦ୍ୱାରା ଅନ୍ୟ ଲୋକମାନେ ପ୍ରେରଣା ପାଇପାରିବେ ।
Comments are closed.