Latest Odisha News

BREAKING NEWS

ରେଳଯାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା, ବାତିଲ ହେଲା ଏହି ସବୁ ଟ୍ରେନ୍

ଭୁବନେଶ୍ବର : ରେଳ ଯାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା । ବାତ୍ୟା ଗୁଲାବ ପ୍ରଭାବରେ କିଛି ଟ୍ରେନକୁ ବାତିଲ କରାଯାଇଛି । ସେହିପରି ଆଉ କିଛି ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି । ଏନେଇ ସୂଚନା ଦେଇଛି ରେଳବାଇ ।

ବାଇତ ହୋଇଥିବା ଟ୍ରେନ ଗୁଡିକ ହେଲା – ୦୧୦୧୯ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ- ଭୁବନେଶ୍ବର ସ୍ପେଶାଲ୍ ଟ୍ରେନ ଆଜି ପାଇଁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲରୁ ବାତିଲ ହୋଇଛି । ସେହିପରି ୦୧୦୨୦ ଭୁବନେଶ୍ବର-ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ୍ ଆସନ୍ତା ୩୦ ତାରିଖରୁ ଭୁବନେଶ୍ବରରୁ ବାତିଲ ହେବ ।

ସେହିପରି କିଛି ଟ୍ରେନର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏହି ଟ୍ରେନ୍ ଗୁଡିକ ହେଲା – ୦୨୮୨୨ ଚେନ୍ନାଇ ସେଣ୍ଟ୍ରାଲ୍ – ହାୱଡା ସ୍ପେଶାଲ୍ ଟ୍ରେନ । ଏହା ପୂର୍ବ ନିର୍ଦ୍ଧାରିତ ୨୭ ସେପ୍ଟର ରାତି ୭ଟ ୧୫ ବଦଳରେ ୨୮ ତାରିଖରେ ଚେନ୍ନାଇ ସେଣ୍ଟ୍ରାଲ ଠାରୁ ଦ୍ବିପହର ସାଢ଼େ ୩ଟାରୁ ଛାଡିଛି । ୦୨୮୭୪ ଯଶବନ୍ତପୁର – ହାୱଡା ସ୍ପେଶାଲ୍ ଟ୍ରେନ ୨୮ ତାରିଖରେ ଯଶବନ୍ତପୁର ଠାରୁ ଦିନ ୧୦ଟା ୧୫ ବଦଳରେ ଦିନ ୩ଟାରେ ଛାଡିଛି । ୦୨୨୪୬ ଯଶବନ୍ତପୁର – ହାୱଡା ସ୍ପେଶାଲ୍ ଟ୍ରେନ ୨୮ ତାରିଖ ଦିନ ୧୧ଟା ବଦଳରେ ୨୯ ତାରିଖରେ ଯଶବନ୍ତପୁର ଠାରୁ ସକାଳ ୫ଟାରେ ଛାଡିବ । ୦୮୦୪୮ ଭାସ୍କୋଡାଗାମା – ହାୱଡା ସ୍ପେଶାଲ୍ ଟ୍ରେନ ୨୮ ତାରିଖରେ ଭାସ୍କୋଡାଗାମାରୁ ସକାଳ ସାଢ଼େ ୬ଟା ବଦଳରେ ରାତି ସାଢ଼େ ୮ଟାରେ ଛାଡିବ । ୦୨୮୭୪ ଯଶବନ୍ତପୁର – ହାୱଡା ସ୍ପେଶାଲ୍ ଟ୍ରେନ ୨୭ ତାରିଖ ବଦଳରେ ଆଜି ଯଶବନ୍ତପୁର ଠାରୁ ସକାଳ ୧୦ଟା ୧୫ରେ ଛାଡିଛି । ୦୮୪୬୪ ବେଙ୍ଗାଲୁରୁ – ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ ବେଙ୍ଗାଲୁରୁରୁ ଆଜି ଦିନ ୧ଟା ୪୦ ବଦଳରେ ରାତି ସାଢ଼େ ୭ଟାରେ ଛାଡିବ ।

Leave A Reply

Your email address will not be published.