Latest Odisha News

BREAKING NEWS

ତୁଷାର ଆତ୍ମହତ୍ୟା ମାମଲାରେ ଘାରିଲା ଗିରଫଦାରୀ ଭୟ, ଗାର୍ଲଫ୍ରେଣ୍ଡଙ୍କ ଆଗୁଆ ଜାମିନ ଆବେଦନ

କଟକ : କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁଙ୍କ ଆତ୍ମହତ୍ୟା ମାମଲା । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ତୁଷାରଙ୍କ ବାନ୍ଧବୀ ଓ ବାନ୍ଧବୀଙ୍କ ବଡ଼ ଭଉଣୀ । ଗିରଫଦାରୀକୁ ଏଡାଇବାକୁ ପାଇଁ ହାଇକୋର୍ଟରେ ଏମାନେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଜଗତପୁର ଥାନାରେ ରୁଜୁ ହୋଇଥିବା ମାମଲାରେ ଗିରଫଦାରୀକୁ ଏଡ଼ାଇବା ପାଇଁ ଉଭୟ ଆଗୁଆ ଜାମିନ ଆବେଦନ କରିଛନ୍ତି ।

ଏହି ମାମଲାରେ ଗତକାଲି ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଦିବ୍ୟରଞ୍ଜନ ବେହେରା ଓ କୌଶଲ ପ୍ରଧାନ । ତୁଷାରକାନ୍ତଙ୍କ ପ୍ରେମିକା ଓ ତାଙ୍କ ବଡ ଉଭଣୀଙ୍କ କଥାରେ ଗିରଫ ଦୁଇ ତୁଷାରକାନ୍ତକୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଥିଲା । ଏପରିକି ଅଗଷ୍ଟ ୩ ତାରିଖରେ କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ରାସ୍ତାରେ ସେମାନେ ତୁଷାରଙ୍କୁ ମାରଧର କରିଥିଲେ । ଏଥିରୁ ମୁକ୍ତି ପାଇବା ପାଇଁ ତୁଷାରକାନ୍ତ ଆତ୍ମହତ୍ୟା କରିଥିବା କହିଥିଲା ପୋଲିସ ।

ଗତ ୨୫ ତାରିଖରେ ତୁଷାରଙ୍କ ବାନ୍ଧବୀଙ୍କ ସମେତ ତାଙ୍କ ବଡ଼ ଭଉଣୀ ଓ ପୁରୁଷବନ୍ଧୁ ନାଁ ମାମଲା ରୁଜୁ କରିଥିଲା ପୋଲିସ । ଏନେଇ ସତ୍ୟପାଠ ଜରିଆରେ ହାଇକୋର୍ଟକୁ ଅବଗତ କରାଇଥିଲେ କଟକ ଡିସିପି । ତୁଷାର ଅଗଷ୍ଟ ୩ ତାରିଖ ସନ୍ଧ୍ୟାରୁ ନିଖୋଜ ଥିବା ନେଇ ପରିବାର ଲୋକେ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରିଥିଲେ । ନିଖୋଜ ପଛରେ ବାନ୍ଧବୀ ଓ ଅନ୍ୟ ୫ଜଣଙ୍କ ସମ୍ପୃକ୍ତି ଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ଗତକାଲି ୨ ଜଣଙ୍କୁ ଗିରଫ କରିଥିବା ବେଳେ, ଆଜି ଆୁଆ ଜାମିନ ଆବେଦନ କରିଛନ୍ତି ତୁଷାରଙ୍କ ବାନ୍ଧବୀ ଓ ବାନ୍ଧବୀଙ୍କ ବଡ ଭଉଣୀ ।

Leave A Reply

Your email address will not be published.