Latest Odisha News

BREAKING NEWS

ଇଂଲଣ୍ଡ ବିଶ୍ୱକପ ବିଜୟୀ ଟିମର ସଦସ୍ୟ ରୋଜର ହଂଟଙ୍କ ପରଲୋକ

ଲଣ୍ଡନ: ଇଂଲଣ୍ଡ ବିଶ୍ୱକପ ବିଜୟୀ ୧୯୬୬ ଫୁଟବଲ ଦଳର ସଦସ୍ୟ ରୋଜର ହଂଟଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଜାତୀୟ ଦଳ ପକ୍ଷରୁ ଏହି ଲୋକପ୍ରିୟ ଷ୍ଟ୍ରାଇକର ୩୪ ମ୍ୟାଚ ଖେଳି ୧୮ ଗୋଲ ସ୍କୋର କରିଥିଲେ । ଲିଭରପୁଲର ଏହି ଷ୍ଟାର ଖେଳାଳି କ୍ଲବ ପକ୍ଷରୁ ୨୪୪ ଗୋଲ କରିଛନ୍ତି ।

୧୯୬୬ ବିଶ୍ୱକପରେ ସେ ଇଂଲଣ୍ଡ ପକ୍ଷରୁ ସମସ୍ତ ମ୍ୟାଚ ଖେଳିବା ସହ ୩ଟି ଗୋଲ ସ୍କୋର କରିଥିଲେ । ପ୍ରଶଂସକ ଏବଂ ଯୁବ ଖେଳାଳିଙ୍କ ପାଖରେ ସେ ସାର ରୋଜର ଭାବେ ବେଶ୍ ପରିଚିତ ଥିଲେ । ଜାତୀୟ ଏବଂ ଆନ୍ତର୍ଜାତୀୟସ୍ତରର ଫୁଟବଲ ଖେଳାଳିମାନେ ତାଙ୍କ ବିୟୋଗ ନେଇ ଶୋକ ବ୍ୟକ୍ତ କରିଛନ୍ତି । ୧୯୬୨ରେ ସେ ଜାତୀୟ ଦଳ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳିଥିଲେ ।

Leave A Reply

Your email address will not be published.