Latest Odisha News

BREAKING NEWS

ବଢ଼ିଲା ଟ୍ରେନ୍ ଭଡ଼ା; ନନ୍‌ ଏସିରେ ୫୦୦ କିମି. ଯାତ୍ରା ପାଇଁ ଅଧିକ ୧୦ ଟଙ୍କା ଦେବାକୁ ପଡ଼ିବ

ଚଳିତ ବର୍ଷ ୬୦୦ କୋଟି ଟଙ୍କାର ଆୟ କରିବ ରେଲୱେ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ମେଲ୍ ଏବଂ ଏକ୍ସପ୍ରେସ୍ ଟିକେଟ୍ ମୂଲ୍ୟରେ ବୃଦ୍ଧି ଘୋଷଣା କରିଛି। ଏହି ଭଡ଼ା ବୃଦ୍ଧି ଡିସେମ୍ବର ୨୬ ତାରିଖରୁ ଲାଗୁ ହେବ। ଖାସ୍ କରି ଟ୍ରେନରେ ଦୂର ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏବେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ।

ରେଳବାଇର ସୂଚନା ଅନୁଯାୟୀ, ୨୧୫ କିଲୋମିଟରରୁ କମ୍ ସାଧାରଣ ଶ୍ରେଣୀ ଯାତ୍ରା ପାଇଁ ଭଡ଼ାରେ କୌଣସି ବୃଦ୍ଧି ହେବ ନାହିଁ। ତଥାପି ୨୧୫ କିଲୋମିଟରରୁ ଅଧିକ ଯାତ୍ରା ପାଇଁ ତଥା ସାଧାରଣ ଶ୍ରେଣୀ ପାଇଁ ପ୍ରତି କିଲୋମିଟରରେ ୧ ପଇସା ଏବଂ ମେଲ୍/ଏକ୍ସପ୍ରେସ୍ ନନ୍-ଏସି ଏବଂ ଏସି ଶ୍ରେଣୀ ପାଇଁ ପ୍ରତି କିଲୋମିଟରରେ ୨ ପଇସା ଭଡ଼ା ବୃଦ୍ଧି ହେବ।

ଭାରତୀୟ ରେଳବାଇ ଦ୍ୱାରା ଟ୍ରେନ ଭଡ଼ାରେ ଏହି ବୃଦ୍ଧି ଦ୍ୱାରା ଯଥେଷ୍ଟ ରାଜସ୍ୱ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ରେଳବାଇ କହିଛି ଯେ ଏହି ପରିବର୍ତ୍ତନ ଦ୍ୱାରା ୬୦୦ କୋଟିରୁ ଅଧିକ ରୋଜଗାର କରିବ। ଟ୍ରେନ ଟିକେଟ୍ ମୂଲ୍ୟରେ ଏହି ପରିବର୍ତ୍ତନ ଅନୁଯାୟୀ ନନ୍-ଏସି ଟ୍ରେନରେ ୫୦୦ କିଲୋମିଟର ଯାତ୍ରା କରୁଥିବା ଯାତ୍ରୀଙ୍କୁ ବର୍ତ୍ତମାନର ଟିକେଟ୍ ମୂଲ୍ୟ ଅପେକ୍ଷା ଅଧିକ ୧୦ ଟଙ୍କା ଦେବାକୁ ପଡିବ।

ତେବେ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଟ୍ରେନ ଭଡ଼ା ବୃଦ୍ଧି କରିଛି ଭାରତୀୟ ରେଳବାଇ। ଏହା ପୂର୍ବରୁ ଜୁଲାଇ ପହିଲାରେ ଭଡ଼ା ବୃଦ୍ଧି ହୋଇଥିଲା।

 

Leave A Reply

Your email address will not be published.