Latest Odisha News

BREAKING NEWS

ଅଗ୍ନି-୧ ମିସାଇଲର ଟ୍ରେନିଂ ଲଞ୍ଚ ସଫଳ

ଭୁବନେଶ୍ୱର: ଗୁରୁବାର ଓଡ଼ିଶା ଉପକୂଳରୁ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ବାଲିଷ୍ଟିକ ମିସାଇଲ୍ ଅଗ୍ନି-୧ର ପରୀକ୍ଷଣ ସଫଳ ହୋଇଛି । ଏପିଜେ ଅବଦୁଲ୍ କାଲାମ ଦ୍ୱୀପରୁ ହୋଇଥିବା ଟ୍ରେନିଂ ଲଞ୍ଚ ସଫ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟର ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ ପକ୍ଷରୁ ସୂଚନା ମିଳିଛି ।

ବିଗତ ୨ ଦଶନ୍ଧି ମଧ୍ୟରେ ଭାରତ ଅଧିକ କ୍ଷମତା ସମ୍ପର୍ଣ୍ଣ ମିସାଇଲ୍ ଉତକ୍ଷେପଣ କରିଛି । ଏହାଛଡ଼ା ଭାରତ ଅଗ୍ନି କ୍ଷେପଣାସ୍ତ୍ରର ଏକାଧିକ ଭାରିଆଣ୍ଟ ବିକଶିତ କରିଛି । ଗତ ଡିସେମ୍ବରରେ ଆଣବିକ କ୍ଷମତା ସମ୍ପର୍ଣ୍ଣ ବାଲିଷ୍ଟିକ ମିସାଇଲ୍ ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଥିଲା । ଯାହାକି           ୫ ହଜାର କିଲୋମିଟର ପରିଧିରେ ଶତ୍ରୁକୁ ଟାର୍ଗେଟ୍ କରି ପାରିବ ।

Leave A Reply

Your email address will not be published.