Latest Odisha News

ପୃଥିବୀକୁ ରୋଗୀଣା କରି ସାରିଲେଣି ମଣିଷ: ରିପୋର୍ଟ

ନୂଆଦିଲ୍ଲୀ: ପୃଥିବୀ ଏବେ ହୋଇଛି ଅସୁସ୍ଥ । ଆଉ ଏଥିପାଇଁ ମଣିଷ ଦାୟୀ ବୋଲି ଆର୍ଥ କମିଶନ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଆନ୍ତର୍ଜାତୀୟସ୍ତରର ପ୍ରକୃତି ଓ ସାମାଜିକ ବୈଜ୍ଞାନିକମାନଙ୍କୁ ନେଇ ଏହି କମିଶନ ଗଠିତ ହୋଇଛି । ୮ଟି ପର୍ଯ୍ୟାୟରୁ ୭ଟି ବିପଦକୁ ଆମେ ଅତିକ୍ରମ କରି ସାରିଲେଣି । ଆଗାମୀ ପିଢ଼ୀ ଅନେକ ଅସୁବିଧାରେ ସମ୍ମୁଖୀନ ହେବେ ବୋଲି ରିପୋର୍ଟରେ ଦର୍ଶାଯାଇଛି । କେବଳ ମଣିଷ ନୁହେଁ ଧରାପୃଷ୍ଠରେ ବସବାସ କରୁଥିବା ସମସ୍ତ ପ୍ରାଣୀଙ୍କ ପାଇଁ ଏହା ବିପଦ ସୃଷ୍ଟି କରିବ । ଅନ୍ତର୍ଜାତୀୟ ସ୍ତରର ପ୍ରାକୃତି ଓ ସାମଜିକ ବୈଜ୍ଞାନିକମାନଙ୍କୁ ନେଇ ଗଠିତ ଆର୍ଥ କମିଶିନ ତା’ ରିପୋର୍ଟରେ କହିଛି ଯେ ମାନବ ସମାଜ ଏବେ ବିଶାଳ ଓ ବଡ଼ ବଡ଼ ରିସ୍କ ନେବାରେ ଲାଗିଛି। ବିକାଶ ନାଁରେ ପୃଥିବୀକୁ କ୍ଷତି ପହଞ୍ଚାଇବାରେ ଲାଗିଛି । ମଣିଷମାନଙ୍କର ଏପରି ଆଭିମୁଖ୍ୟ ଭିବଷ୍ୟତ ପିଢ଼ି ଓ ପୃଥିବୀରେ ବସବାସ କରୁଥିବା ସମସ୍ତ ଜୀବସତ୍ତା ପ୍ରତି ବିପଦ ସୃଷ୍ଟି କରିବାରେ ଲାଗିଛି ।

ଜର୍ଣ୍ଣାଲ ନେଚରରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ମଣିଷ ସମାଜ ଏବେ ମହାପ୍ରଳୟ ଆଡ଼କୁ ଟାଣି ହୋଇଗଲାଣି ।  ମଣିଷର ଚାପ ଯୋଗୁ ପୃଥିବୀର ସ୍ଥିର ବ୍ୟବସ୍ଥା ଅସ୍ଥିର ବାତାବରଣ ମଧ୍ୟକୁ ଠେଲି ହୋଇଯାଉଛି । ପରିବେଶ, ବାୟୁ ପ୍ରଦୂଷଣ, ଫସଫରସ ଓ କୀଟନାଶକର ବହୁଳ ବ୍ୟବହାର ଯୋଗୁ ପାଣିରେ ବଢ଼ୁଥିବା ନାଇଟ୍ରୋଜେନର ଭାଗ, ଗ୍ରାଉଣ୍ଡ ୱାଟର ସପ୍ଲାଏ, ନୂଆ ଭୂତଳ ଜଳ, ପ୍ରାକୃତି ପରିବେଶ ଗଠନ ନ ହେବା ଓ ସର୍ବୋପରି ପ୍ରାକୃତି ଓ ମାନବ ନିର୍ମିତ ପରିବେଶ ଆଦିକୁ ବିଚାରକୁ ନେଇ ଗବେଷକମାନେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। କେବଳ ବାୟୁ ପ୍ରଦୂଷଣ ପୂରା ପୃଥିବୀ ପ୍ରତି ବିପଦ ସୃଷ୍ଟି କରୁ ନଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି।

Leave A Reply

Your email address will not be published.