ଭୁବନେଶ୍ୱର: ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଲାଗି ଓଡ଼ିଶାରେ କିଛି ଟ୍ରେନ୍ ସେବା ପ୍ରଭାବିତ ହେବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି।
ପୁରୀ-ଦୁର୍ଗ ବିଶେଷ ଟ୍ରେନ ସପ୍ତାହ ପାଇଁ ଆଂଶିକ ବାତିଲ ହେବ ଏବଂ ବିଶାଖାପାଟଣା-ନିଜାମୁଦ୍ଦିନ ବିଶେଷ ଟ୍ରେନ ଛଅ ଦିନ ପାଇଁ ବାତିଲ ରହିବ।
ପୂର୍ବ ତଟ ରେଳ ଅଧୀନରେ ଥିବା ସମ୍ବଲପୁର ଡିଭିଜନର ଟିଟିଲାଗଡ-ରାୟପୁର ରେଳ ସେକ୍ସନର ତୁରେକେଲା ରୋଡ୍-ହରିଶଙ୍କର ରୋଡ୍ ଏବଂ ଲଖନା ଷ୍ଟେସନ୍ ମଧ୍ୟରେତୁରେଇକେଲା ରୋଡ୍-ହରିଶଙ୍କର ରୋଡ୍-ଲଖନା ଷ୍ଟେସନ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ନିମ୍ନଲିଖିତ ଅନୁଯାୟୀ ଦୁଇଟି ଟ୍ରେନ୍ ପ୍ରଭାବିତ ହେବ-
ଟ୍ରେନର ବାତିଲ୍:
୦୨୮୮୭/୦୨୮୮୮ ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ବିଶେଷ ଟ୍ରେନ ଭାୟା ରାୟଗଡା-ଟିଟିଲାଗଡ-ରାୟପୁର ଚଳିତ ମାସ ୩ ନଭେମ୍ବର ରୁ ୮ ନଭେମ୍ବର, ୨୦୨୦ ମଧ୍ୟରେ ଏବଂ ନିଜାମୁଦ୍ଦିନ ଠାରୁ ୨ ନଭେମ୍ବର ରୁ ୭ ନଭେମ୍ବର, ୨୦୨୦ ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ।
ଟ୍ରେନର ଆଂଶିକ ବାତିଲ୍:
୦୮୪୨୫/୦୮୪୨୬ ପୁରୀ-ଦୁର୍ଗ-ପୁରୀ ବିଶେଷ ଟ୍ରେନ ପୁରୀ ଠାରୁ ୨ ରୁ ୮ ନଭେମ୍ବର, ୨୦୨୦ ମଧ୍ୟରେ ଏବଂ ଦୁର୍ଗ ଠାରୁ ୩ ରୁ ୯ ନଭେମ୍ବର, ୨୦୨୦ ମଧ୍ୟରେ ଉଭୟ ଦିଗରୁ ପୁରୀ ଏବଂ ଟିଟିଲାଗଡ ମଧ୍ୟରେ ଚଳାଚଳ କରିବ ଏବଂ ଟିଟିଲାଗଡ ଓ ଦୁର୍ଗ ମଧ୍ୟରେ ବାତିଲ୍ ରହିବ।
Comments are closed.