Latest Odisha News

BREAKING NEWS

କିନ୍ନରଙ୍କ ଆକ୍ରମଣରେ ପୋଲିସ ଲହୁଲୁହାଣ

ବରଗଡ: ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତା ଉପରେ ପୋଲିସ ଉପରକୁ କିନ୍ନରମାନେ ଆକ୍ରମଣ କରିଛନ୍ତି। ଲହୁଲୁହାଣ ହୋଇଛି ପୋଲିସ । ବରଗଡ଼ ଗାନ୍ଧୀ ଛକରେ ଗାଡ଼ି ଭିତରୁ ଟ୍ରାଫିକ ଇନ୍ସପେକ୍ଟରକୁ ଟାଣି ଆଣି ମାଡ ମାରିଛନ୍ତି । ତେବେ ଟ୍ରାଫିକ୍‌ ଇନ୍ସପେକ୍ଟର ମଙ୍ଗଳ କିସ୍କୁ ଲହୁଲୁହାଣ ହୋଇପଡ଼ିଛନ୍ତି। ବରଗଡ଼ ଡାକ୍ତରଖାନାରେ ସେ ଚିକିତ୍ସିତ ହୋଉଥିବାର ସୂଚନା ରହିଛି ।

ସୂଚନାଥାଉକି, ସବୁ ଛକରେ ଟ୍ରାଫିକ ରେଡ୍ ଲାଇଟ୍ ପଡ଼ିଲେ କିନ୍ନରମାନେ ଲୋକଙ୍କୁ ପଇସା ମାଗୁଥିଲେ ଗ୍ରୀନ୍ ଲାଇଟ୍ ଜଳିବା ପରେ ମଧ୍ୟ ଲୋକଙ୍କୁ ଅଟକାଇ ହଇରାଣ କରୁଥିଲେ । ଏହାକୁ ନେଇ କିନ୍ନରଙ୍କୁ ଟ୍ରାଫିକ ପୋଲିସ ପ୍ରତିବାଦ କରିଥିଲା । ଫଳରେ କିନ୍ନରମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଦୀର୍ଘ ସମୟ ଧରି ବିଚ୍ ରାସ୍ତା ଉପରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ପରେ ମହିଳା ପୋଲିସ୍ ଆସି ୨ଜଣ କିନ୍ନରଙ୍କୁ ଉଠାଇ ନେଇଥିବା ସୂଚନା ରହିଛି । ତେବେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

 

Comments are closed.