Latest Odisha News

BREAKING NEWS

Green Stickers: ଗ୍ରୀନ ଷ୍ଟିକର ନେଇ ବଡ଼ ସୂଚନା ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ବର: ଗାଡ଼ିରେ ଗ୍ରୀନ ଷ୍ଟିକର ଲଗାଇବା ନେଇ ବଡ଼ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଗ୍ରୀନ ଷ୍ଟିକର ଗାଡ଼ିରେ ଲଗାଇବା ବାଧ୍ୟତାମୂଳକ ନୁହେଁ । ଗ୍ରୀନ ଷ୍ଟିକର କେବଳ ଏକ ସୂଚକ, କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଏଥିପାଇଁ କୌଣସି ଅତ୍ୟଧିକ ବୋଝ ନେବାର ଆବଶ୍ୟକତା ନାହିଁ । ଚଳିତମାସରେ ସମସ୍ତ ଆରଟିଓକୁ ପର୍ଯ୍ୟାପ୍ତ ପରିମାଣର ଗ୍ରୀନ ଷ୍ଟିକର ଦିଆଯିବ ।

ସେପଟେ, ନଭେମ୍ବର ୧୦ରୁ ସବୁଜ ଷ୍ଟିକର ମିଳିବ । ଆରଟିଓ କାର୍ଯ୍ୟାଳୟ ଓ ପ୍ରଦୂଷଣ ପରୀକ୍ଷଣ କେନ୍ଦ୍ରରେ ଷ୍ଟିକର ମିଳିବ ବୋଲି କହିଛନ୍ତି ପରିବହନ ବିଭାଗ ସଚିବ ଉଷା ପାଢୀ । ଏହା କିନ୍ତୁ ବାଧ୍ୟତାମୂଳକ ନୁହେଁ । ପ୍ରଦୂଷଣ ସାର୍ଟିଫିକେଟ ବାଧ୍ୟତାମୂଳକ। ସବୁଜ ଷ୍ଟିକର କିନ୍ତୁ ଲଗେଇଲେ ଭଲ ବୋଲି କହିବା ସହ ସୁବାହକ ହେବା ପାଇଁ ପରାମର୍ଶ ଦେଇଛନ୍ତି ।

ଯେଉଁମାନେ PUC ପାଇ ସାରିଛନ୍ତି ସେମାନେ RTO କାର୍ଯ୍ୟାଳୟରୁ ଟିକେଟ ନେଇ ପାରିବେ । ପେଟ୍ରୋଲ ସାଙ୍ଗରେ ନିୟମର କୌଣସି ସମ୍ପର୍କ ନାହିଁ । କିନ୍ତୁ ଲୋକଙ୍କୁ ନୀତି ନିୟମ ମାନିବ ପାଇଁ ସରକାର ସଚେତନ କରୁଛନ୍ତି । ନିଜ ଦାୟିତ୍ୱ ନିଜେ ତୁଲାଇବା ଦରକାର ବୋଲି ପରିବହନ ସଚିବ କହିଛନ୍ତି ।

ତେବେ ପୂର୍ବରୁ ଏକ ଗୁଜବ ରହିଥିଲା ଯେ, ଗାଡ଼ିରେ ଗ୍ରୀନ ଷ୍ଟିକର ନଲଗାଇଲେ ତେଲ ମିଳିବ ନାହିଁ । କିନ୍ତୁ ଏହାକୁ ମନ୍ତ୍ରୀ ଖଣ୍ଡନ କରି ଗୁଜବ କହିଛନ୍ତି । ଯେଉଁମାନଙ୍କର ପଲ୍ୟୁସନ ସାର୍ଟିଫିକେଟ ରହିଛି ସେମାନେ ଏହି ଗ୍ରୀନ ଷ୍ଟିକର ଆରଟିଓରୁ ନେଇପାରିବେ ।

Leave A Reply

Your email address will not be published.