ଭୁବନେଶ୍ୱର: ଘରୁ ଗାଡି କାଢ଼ିଲେ ହେବ ସିଜ୍ । ଏଭଳି କଡା ଚେତାବନୀ ଦେଇଛନ୍ତି ରାଜ୍ୟ ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପୁରା ଓଡ଼ିଶାକୁ ଲକ ଡାଉନ୍ ଘୋଷଣା କରିଛନ୍ତି । କେହି ଘରୁ ବାହାରକୁ ନ ବାହାରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି । ତେବେ ଏହାରି ଭିତରେ କେତେକ ଲୋକେ ନିୟମ ଅବମାନନା କରି ଘରୁ ବାହାରକୁ ଯାଉଛନ୍ତି । ଆଉ କେହି କେହି ତ ଗାଡି ଧରି ସହର ସାରା ବୁଲୁଥିବା ଦେଖିବାକୁ ମିଳିଛି ।
ଏହାକୁ ନଜରରେ ରଖି ପରିବହନ ମନ୍ତ୍ରୀ କଡା ପଦକ୍ଷେପ ନେଇଛନ୍ତି । ସେ କହିଛନ୍ତି ଯେ, କରୋନା କଟକଣା ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୌଣସି ବାହାନା କରି ଗାଡି ବାହାରକୁ କାଢ଼ିଲେ ଆଦୌ ବରଦାସ୍ତ କରାଯିବ ନାହିଁ । ଆବଶ୍ୟକ ପଡିଲେ ଗାଡି ସିଜ୍ କରାଯିବ । ଲୋକେ ଯଦି ସଚେତନ ହେବେ ତେବେ କରୋନାକୁ ରୋକା ଯାଇପାରିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
BREAKING NEWS
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
- ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
- ୬୨ କିଲୋରୁ ଅଧିକ ଗଞ୍ଜେଇ ସହ କାର-ବାଇକ ଜବତ, ୨ଗିରଫ
- OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ
- Rajya Sabha Elections: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି
- ‘ଓଡ଼ିଶାରେ ୨୮ଟି ଆକାଶବାଣୀ କେନ୍ଦ୍ର ଏବଂ ୨୪ ଘଣ୍ଟିଆ ଟିଭି ଚ୍ୟାନେଲ୍ ଡିଡି ଓଡ଼ିଆ କାର୍ଯ୍ୟ କରୁଛି’
- Menstrual leave:’ମହିଳାଙ୍କୁ କେହି ଚାକିରି ଦେବେ ନାହିଁ…’; ମାସିକ ଋତୁସ୍ରାବ ଛୁଟି ସମ୍ପର୍କିତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
- ଆଇପିଏଲ ୨୦୨୬ ସିଜନରୁ ଓହରିଲେ ହର୍ଷିତ ରାଣା
- ଆଇପିଏଲ ପାଇଁ ପିଏସଏଲ ଛାଡିଲେ ବ୍ଲେସିଙ୍ଗ ମୁଜାରବାନୀ
Comments are closed.