Latest Odisha News

ଶ୍ରୀଲଙ୍କାରୁ ଫେରିଲେ ଫସି ରହିଥିବା ୧୧ ଓଡିଆ ଶ୍ରମିକ

ଭୁବନେଶ୍ୱର: କାମ ଅନ୍ୱେଷଣ ତଥା ପେଟ ପାଟଣା ପାଇଁ ଶ୍ରୀଲଙ୍କା ଯାଇଥିଲେ କିଛି ଓଡିଆ ଶ୍ରମିକ । ପରବର୍ତ୍ତୀ ସମୟରେ ସେଠାରେ ଠିକାଦାରଙ୍କ ଦ୍ୱାରା ବନ୍ଦୀ ହୋଇଥିଲେ ପ୍ରାୟ ୧୧ ଜଣ ଶ୍ରମିକ ।

ଏହି ଖବର ପ୍ରଚାରିତ ହେବା ପରେ ସମ୍ପୃକ୍ତ ଓଡିଆ ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଓଡିଶା ସରକାର ଅଣ୍ଟା ଭିଡିଥିଲେ । ଏନେଇ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ସମସ୍ତ ୧୧ ଜଣ ଓଡିଆ ଶ୍ରମିକଙ୍କୁ ଶ୍ରୀଲଙ୍କାରୁ ଉଦ୍ଧାର କରାଯାଇଥିଲା ।

ଏନେଇ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର ମଧ୍ୟ ଟ୍ୱିଟ କରିଛନ୍ତି ।

ପରବର୍ତ୍ତୀ ସମୟରେ ଉକ୍ତ ଶ୍ରମିକମାନେ ସକୁଶଳ ଓଡିଶା ପ୍ରତ୍ୟାବର୍ତ୍ତନ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.