ଭୁବନେଶ୍ୱର : ଗୁରୁବାର ଚିହ୍ନଟ ହୋଇଥିବା ଛଅ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ଜଣେ କଳାହାଣ୍ଡି ଗୋଲାମୁଣ୍ଡାର ବୋଲି ସରକାର ଜଣାଇଛନ୍ତି ।
ଗୋଲାମୁଣ୍ଡା ବାହାରିଗୁଡାର ଏହି ୨୦ ବର୍ଷୀୟ ଯୁବକ ମାର୍ଚ୍ଚ ୨୦ ଓ ୨୧ ତାରିଖ ଅପରାହ୍ନରେ ସାଙ୍ଗମାନଙ୍କୁ ଭେଟିଥିଲେ । ୨୨ରୁ ୨୪ ତାରିଖ ସେ ଘରେ ରହିଥିଲେ । ୨୫ତାରିଖରେ ସେ ଗାଁର ଏକ ତେଜରାତି ଦୋକାନକୁ ଯାଇଥିଲେ । ମାର୍ଚ୍ଚ ୨୬ରୁ ଏପ୍ରିଲ ୩ ତାରିଖ ଯାଏଁ ସେ ଘରେ ରହିଥିଲେ । ଏପ୍ରିଲ ୪ ତାରିଖରେ ବାହାରିନରୁ ଫେରିଥିବା କଳାହାଣ୍ଡିର ପ୍ରଥମ କରୋନା ପଜିଟିଭ ରୋଗୀଙ୍କ ସମ୍ପର୍କରେ ଆସିଥିଲେ । ୫ ତାରିଖରେ ସୋସିଆରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଯାଇଥିଲା । ଏପ୍ରିଲ ନଅ ତାରିଖ ଅର୍ଥାତ ଗୁରୁବାର ରାତିରେ ରିପୋର୍ଟ ପଜିଟିଭ ଆସିବା ପରେ ଶୁକ୍ରବାର ତାଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ସିଡିଏମଓ ଜଗୁ ଅଗ୍ରୱାଲ କହିଛନ୍ତି ଯେ, ସେ ଜିଲ୍ଲାର ପ୍ରଥମ କରୋନା ପଜିଟିଭ ରୋଗୀଙ୍କ ସହ କ୍ରିକେଟ ଖେଳିଥିଲେ । ପ୍ରଥମ କରୋନା ପଜିଟିଭଙ୍କ ସମ୍ପର୍କରେ କେଉଁମାନେ ଆସିଥିଲେ ତାହା ଚିହ୍ନଟ ବେଳେ ଏହି ଯୁବକଙ୍କୁ ମଧ୍ୟ ଚିହ୍ନଟ କରାଯାଇଥିଲା । ପରେ ସ୍ୱାବ ରିପୋର୍ଟ ପଜିଟିଭ ଆସିଥିଲା ।
Comments are closed.