Latest Odisha News

BREAKING NEWS

୪୯ ନମ୍ବର କରୋନା ପଜିଟିଭ ରୋଗୀଙ୍କ ସମ୍ପୂର୍ଣ୍ଣ ଗସ୍ତ ବିବରଣୀ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଚିହ୍ନଟ ୪୯ ନମ୍ବର କରୋନା ପଜିଟିଭ ରୋଗୀଙ୍କ ସମ୍ପୂର୍ଣ୍ଣ ବିବରଣୀ ଦେଲା ସ୍ୱାସ୍ଥ୍ୟ ବିଭାଗ । ସେ ୪୧ ତମ କରୋନା ପଜିଟିଭ ରୋଗୀଙ୍କ ସମ୍ପର୍କରେ ଆସିଥିଲେ । ତାଙ୍କ ଘର ମଧୁସୂଦନ ନଗରରେ ବୋଲି ସୂଚନା ଦିଆଯାଇଛି ।

୩୫ବର୍ଷୀୟା ଏହି ମହିଳା ଜଣଙ୍କ ଗତ ମାର୍ଚ୍ଚ ୨୦ରୁ ଏପ୍ରିଲ ତିନି ତାରିଖ ଯାଏଁ ଘରେ ରହିଥିଲେ । ଏପ୍ରିଲ ୪ ତାରିଖରେ ରେଡକ୍ରସ ଭବନ ଅଂଚଳରେ ଯାତାୟତ କରିଥିଲେ । ଏପ୍ରିଲ ୬ ତାରିଖରେ କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ । ଏହା ପରେ ୭ ତାରିଖରୁ ୧୦ ତାରିଖ ଯାଏଁ ସେ ହୋମ କ୍ୱାରେଣ୍ଟାଇନରେ ରହିଥିଲେ । ୧୦ ତାରିଖରେ ତାଙ୍କ ସ୍ୱାବ ନମୁନା ପରୀକ୍ଷଣ କରାଯାଇଥିଲା ।

ରିପୋର୍ଟରେ ପଜିଟିଭ ଆସିଥିବା ଜଣାପଡିବା ପରେ ଆଜି ତାଙ୍କୁ ଭୁବନେଶ୍ୱର କିମ୍ସ କୋଭିଡ୧୯ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

Comments are closed.