Latest Odisha News

କରୋନା ସହ ଲଢେଇ: ଭଦ୍ରକରେ ଖୋଲିଲା କୋଭିଡ୍‌-୧୯ ହସ୍ପିଟାଲ୍‌

ଭଦ୍ରକ: କରୋନା ମହାମାରୀର ମୁକାବିଲା ଲାଗି ଭଦ୍ରକ ସହରରେ ଶନିବାର ଦିନ କୋଭିଡ୍‌-୧୯ ହସ୍ପିଟାଲର ଶୁଭାରମ୍ଭ ହୋଇଛି । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି ହସ୍ପିଟାଲଟି ଏକ ସଂପ୍ରସାରିତ ଅଂଶ ।

ଏହି କୋଭିଡ୍‌-୧୯ ହସ୍ପିଟାଲରେ ୧୨୦ଟି ଶଯ୍ୟା ରହିଛି । ହସ୍ପିଟାଲରେ ଭେଣ୍ଟିଲେଟର୍ ସହିତ ୪ଟି ଆଇସିୟୁ ରହିଛି ।

ଭଦ୍ରକର ସାଳନ୍ଦୀ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି । ଏହି ହସ୍ପିଟାଲ୍ ସ୍ଥାପନ ଲାଗି ନ୍ୟାସନାଲ୍ ଥର୍ମାଲ୍ ପାୱାର କର୍ପୋରେସନ (ଏନଟିପିସି) ତରଫରୁ ସହାୟତା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.