Latest Odisha News

ପୁରୁଣା ଅଡିଓକୁ ନେଇ ସୋସିଆଲ୍ ମିଡିଆରେ ବର୍ଷାଙ୍କୁ ପ୍ରଶ୍ନ କଲେ ଅନୁଭବ

ଭୁବନେଶ୍ୱର: ବର୍ଷା ତୁମେ କୁହ… ଏ ସ୍ୱର କାହାର ? ଫୋନରେ ତୁମେ ଓ ତୁମ ଭଉଣୀ ମୋ ପରିବାର ବିରୋଧରେ କଣ ଏମିତି ଗପୁଥିଲ । ୨ ବର୍ଷର ପୁରୁଣା ଅଡିଓକୁ ପୁଣି ପ୍ରସଙ୍ଗ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ମାମଲାରେ କୋର୍ଟରେ ଚାଲିଥିବା ବେଳେ ଟ୍ୱିଟରରେ ଏକ ଲିଙ୍କ ପୋଷ୍ଟ କରିଛନ୍ତି ଅନୁଭବ । ଯେଉଁଥିରେ ବର୍ଷା ଓ ତାଙ୍କ ଭଉଣୀ କିଛି କଥା ହେଉଛନ୍ତି ।

ଟ୍ୱିଟରେ ଅଡିଓ ଲିଙ୍କ ପୋଷ୍ଟ କରି ବର୍ଷାଙ୍କୁ ଜବାବ ମାଗିଛନ୍ତି ଅନୁଭବ । ଲେଖିଛନ୍ତି, ତୁମ ଛବିକୁ କଳଙ୍କିତ କରିବା ମୋ ଉଦ୍ଦେଶ୍ୟ ନୁହେଁ । ମୁଁ ତୁମକୁ ସମ୍ମାନ ଦିଏ । ଗୋଟିଏ ଅଡିଓ ମୋତେ ମୋ ପରିବାରକୁ ଅପମାନିତ କରିବା ସହ ମାନସିକ ଆଘାତ ଦେଉଛି । ବର୍ଷା ଏ ଟ୍ୱିଟ୍ ବନ୍ଧୁ ଭାବେ କରୁଛି ମୋତେ ଉତ୍ତର ଦିଅ ।

୨୦୨୦ ମସିହାରେ ଏହି ଭାଇରାଲ୍ ଅଡିଓ କ୍ଲିପକୁ ନେଇ ଅନୁଭବ, ଡିଜିପିଙ୍କୁ ତଦନ୍ତ ପାଇଁ ଚିଠି ଲେଖିଥିଲେ । ଅଡିଓଟି ବର୍ଷା ଓ ତାଙ୍କ ଭଉଣୀ ବନାନୀ ସାହୁଙ୍କର ବୋଲି ଲାଗୁଥିବା କହିଥିଲେ ଅନୁଭବ । ଏବେ ପୁରୁଣା ଅଡିଓକୁ ନେଇ ଅନୁଭବଙ୍କ ନୂଆ ପୋଷ୍ଟ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.