Latest Odisha News

BREAKING NEWS

ହାପି ବାର୍ଥ ଡେ ଅନିଲ କପୁର : ଜାଣନ୍ତୁ କିପରି ସଂଘର୍ଷମୟ ଥିଲା ତାଙ୍କର ଫିଲ୍ମ କ୍ୟାରିୟର

ମୁମ୍ବାଇ : ମିଷ୍ଟର ଇଣ୍ଡିଆ , ରାମ ଲଖନ , ହମ୍ ଆପକେ ଦିଲ ମେଁ ରହତେ ହେଁ  ଭଳି ବହୁ ସୁପର ହିଟ୍ ଫିଲ୍ମ ରେ ଅଭିନୟ କରି ଦର୍ଶନଙ୍କ ମନ କିଣିଥିଲେ । କେବଳ ଅଭିନୟ ନୁହେଁ ତାଙ୍କର ଫିଟନେସକୁ ନେଇ ବି ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି  । ଆମେ କହୁଛୁ ଅଭିନେତା ଅନିଲ କାପୁରଙ୍କ କଥା  । ତାଙ୍କୁ ଜାଣିବାକୁ ହେଲେ ତାଙ୍କ ନାଁ ହିଁ ଯଥେଷ୍ଟ  ।  ଆଜି ହେଉଛି ଅନିଲ କପୁରଙ୍କ ଜନ୍ମଦିନ । ୧୯୫୬ ୨୪ ଡିସେମ୍ବର ଅର୍ଥାତ୍ ଆଜିର ଦିନରେ ତାଙ୍କର ଜନ୍ମ  । ସେ ଆଜି ତାଙ୍କର ୬୭ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ଏହି ବିଶେଷ ଦିନରେ ତାଙ୍କ ସମ୍ପର୍କରେ କିଛି ଜାଣିବା  ।

ହିନ୍ଦୀ ସିନେମାକୁ ଆସିବା ପୂର୍ବରୁ ବହୁ ସଂଘର୍ଷପୂର୍ଣ୍ଣ ଥିଲା ଅନିଲ କପୁରଙ୍କ ଜୀବନ  ।  ଯେତେବେଳେ ସେ ମୁମ୍ବାଇ ଆସିଥିଲେ , ସେତେବେଳେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ସେତେ ସ୍ବଚ୍ଛଳ ନଥିଲା ।  ଅନିଲ କପୁରଙ୍କ ପିତା ସୁରିନ୍ଦର କପୁର ରାଜ କପୁରଙ୍କ ପିତା ପ୍ରୀତିରାଜ କପୁରଙ୍କ ସମ୍ପର୍କୀୟ ଥିଲେ। ଯେହେତୁ ମୁମ୍ବାଇରେ ଅନିଲଙ୍କର ରହିବା ପାଇଁ କୌଣସି ଘର ନଥିଲା । ତେଣୁ ସେ ନିଜ ପରିବାର ଲୋକଙ୍କୁ ନେଇ ରାଜ୍ କପୁରଙ୍କ ଘରେ ଥିବା ଏକ ଛୋଟ ଗ୍ୟାରେଜ ଘରେ ରହୁଥିଲେ ।  କିଛି ଦିନ ରହିବା ପରେ ସେମାନେ ଏକ ଭଡା ଘରକୁ ଚାଲିଯାଇଥିଲେ ।

ନିକଟରେ କପିଲ ଶର୍ମାଙ୍କ ସୋରେ ଅନିଲ କପୁର କହିଥିଲେ ଯେ ଟଙ୍କା ପାଇଁ ସେ ଦିନେ ସିନେମା ଟିକେଟ୍ ଗୁଡିକୁ ବ୍ଲାକରେ ବିକ୍ରି କରୁଥିଲେ । କିନ୍ତୁ ୧୯୮୭ ମସିହାରେ ଅନିଲ କପୁରଙ୍କ ଭାଗ୍ୟରେ ଏକ ବିରାଟ ପରିବର୍ତ୍ତନ ହୋଇଥିଲା । ନିର୍ଦ୍ଦେଶକ ଶେଖର କପୁରଙ୍କ ଫିଲ୍ମ ମିଷ୍ଟର ଇଣ୍ଡିଆ ରେ ତାଙ୍କୁ ଅଭିନୟ ପାଇଁ ସୁଯୋଗ ମିଳିଥିଲା । ଦର୍ଶକ ମଧ୍ୟ ଏହି ଫିଲ୍ମକୁ ଖୁବ୍ ପସନ୍ଦ କରିବାକୁ ଲାଗିଲେ । ଏହା ପରଠାରୁ କେବେ ପଛକୁ ଫେରି ଚାହିଁ ନାହାନ୍ତି ଅନିଲ  । ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ ।

Leave A Reply

Your email address will not be published.