Latest Odisha News

BREAKING NEWS

କୋଣାର୍କ ମନ୍ଦିରରେ ଝଲସିଲା ତ୍ରିରଙ୍ଗା ପତାକାର ଝଲକ

ପୁରୀ: ଲେଜର ଲାଇଟ୍ ମାଧ୍ୟମରେ ତ୍ରିରଙ୍ଗା ପତାକା ପରି ଚିତ୍ରିତ ହୋଇଥିଲା କୋଣାର୍କ ମନ୍ଦିର। ଆଲୋକମାଳାରେ ଝଲସୁଥିଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର। ଯାହା ପର୍ଯ୍ୟଟକଙ୍କ ବେଶ୍ ଆକର୍ଷଣୀୟ କେନ୍ଦ୍ର ବିନ୍ଦୁ ହୋଇଥିଲା। କୋଭିଡ଼୍ ଟୀକାକରଣ ଭାରତବର୍ଷରେ ୧୦୦କୋଟି ପୂରଣ ହେବାକୁ ଥିବାବେଳେ କେନ୍ଦ୍ର ସରକାରଙ୍କ ତରଫରୁ ଏଲଇଡ଼ି ଲାଇଟ୍ ଲଗାଯାଇଛି। ଯାହା କୋଣାର୍କ ମନ୍ଦିରକୁ ନୂଆ ରୂପ ଦେଇଛି।

ସାରା ଦେଶରେ କରୋନା ବ୍ୟାପିଥିବାବେଳେ ସରକାର ଟୀକାକରଣକୁ ପ୍ରାଧାନ୍ୟ ଦେଇଥିଲେ। ଏଥିପାଇଁ ଅଳ୍ପ ଦିନରେ ଟୀକାକରଣ ୧୦୦କୋଟି ପହଞ୍ଚିବାକୁ ଯାଉଛି। ଯାହାର ଖୁସିରେ କେନ୍ଦ୍ର ସରକାର ତରଫରୁ ଏହାକୁ ଉତ୍ସବ ରୂପେ ପାଳନ କରାଯିବାକୁ ନେଇ ଦେଶର ଶହେଟି ଐତିହାସିକ କୀର୍ତ୍ତିରାଜିକୁ ଲେଜର ଲାଇଟ୍ ମାଧ୍ୟମରେ ତ୍ରିରଙ୍ଗାରେ ଚିତ୍ରିତ କରାଯିବ ବୋଲି ଯୋଜନା ହୋଇଥିଲା।

Comments are closed.