Latest Odisha News

ବିଶିଷ୍ଟ ଗାୟକ ବାଲସୁବ୍ରମଣ୍ୟମଙ୍କୁ ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ଶ୍ରଦ୍ଧାଂଜଳି

ପୁରୀ : ସ୍ୱରର ଯାଦୁଗର ବାଲସୁବ୍ରମଣ୍ୟମଙ୍କୁ ନିଜ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଂଜଳି ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେ ଶୁକ୍ରବାର ପୁରୀ ବେଳାଭୂମିରେ ବାଲୁକା କଳାରେ ସୁବ୍ରମଣ୍ୟମଙ୍କର ପ୍ରତିକୃତି ତିଆରି କରିଥିଲେ । ଏଥି ସହ ଲେଖିଥିଲେ ବର୍ଷିଆନ ଗାୟକ ଏସ୍ ପି ବାଲସୁବ୍ରମଣ୍ୟମଙ୍କୁ ଶ୍ରଦ୍ଧାଂଜଳି ।

ଗତ ଅଗଷ୍ଟ ୫ ତାରିଖରୁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବାଲସୁବ୍ରମଣ୍ୟମଙ୍କର ଶୁକ୍ରବାର ଦେହାନ୍ତ ହୋଇଛି । ସେ ବହୁ ହିନ୍ଦୀ, ତାମିଲ ଓ ତେଲୁଗୁ ଫିଲ୍ମରେ ଗୀତ ଗାଇଥିଲେ ।

Leave A Reply

Your email address will not be published.