Latest Odisha News

BREAKING NEWS

କଟକରେ ନାଳକୁ ଖସି ପଡିଲା କାର, ୧ ମୃତ

କଟକ: କନ୍ଦରପୁରଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିିଯାଇଛି। ଏକ କାର ନାଳ ଭିତରେ ଖସି ପଡିବାରୁ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ମଞ୍ଜିତ ରୟତ ଓ ତାଙ୍କ ଘର ରାଜେନ୍ଦ୍ର ନଗରରେ ବୋଲି ଜଣାପଡିଛି ।

ସୂଚନାନୁସାରେ ଶୁକ୍ରବାର ରାତି ପ୍ରାୟ ୮ ଟା ସମୟରେ ମଞ୍ଜିତ ନିଜର କାରରେ ଘରକୁ ଫେରୁଥିବା ବେଳେ ଶିବମନ୍ଦିର ନିକଟରେ ଥିବା କଲଭର୍ଟ ନିକଟ ମୋଡ଼ାଣିଠାରେ ଗାଡିଟି ପ୍ରଥମେ ଭାରସାମ୍ୟ ହରାଇଥିଲା ଯାହା ଫଳରେ ପ୍ରଥମେ ଏକ ଖୁଣ୍ଟିରେ ପିଟି ହୋଇଥିଲା । ପରେ ମୁଖ୍ୟ ନାର୍ଦମାର ପ୍ରାୟ ୨୦ ଫୁଟ ଭିତରକୁ ଖସି ପଡ଼ିଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ବାସିନ୍ଦା, ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ମଞ୍ଜିତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।

Leave A Reply

Your email address will not be published.