Latest Odisha News

BREAKING NEWS

ବରଗଡ଼ରେ ସହିଦ ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ସହ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି

ବରଗଡ଼: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖିରି ଅଞ୍ଚଳରେ ଚାଷୀଙ୍କ ପ୍ରତି ହୋଇଥିବା ବର୍ବରକାଣ୍ଡ ଘଟଣା। ବରଗଡ଼ରେ ସହିଦ ଚାଷୀଙ୍କୁ କ୍ୟାଣ୍ଡେଲ ମାର୍ଚ୍ଚ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହିତ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି।

ଏହି ବର୍ବରକାଣ୍ଡକୁ ନେଇ ସମ୍ପୃକ୍ତ କିଷାନ ମୋର୍ଚ୍ଚା ତରଫରୁ ଦିଆଯାଇଥିବା ଡାକରାରେ ବରଗଡ଼ରେ ଏକ କ୍ୟାଣ୍ଡେଲ ମାର୍ଚ୍ଚ କରାଯାଇ ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଗାନ୍ଧୀଙ୍କ ପ୍ରତିମୂର୍ତ୍ତିଠାରୁ ଆରମ୍ଭ କରି ଆମ୍ବେଦକର ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ କ୍ୟାଣ୍ଡେଲ ମାର୍ଚ୍ଚ କରାଯାଇଥିଲା।

କେନ୍ଦ୍ର ମନ୍ତ୍ରୀ ପୁଅଙ୍କ ଦ୍ୱାରା ହୋଇଥିବା ଏହି ଅମାନବୀୟ କାଣ୍ଡକୁ ତୀବ୍ର ନିନ୍ଦା କରାଯିବା ସହ ଚାଷୀ ବିରୋଧୀ କେନ୍ଦ୍ର ସରକାରଙ୍କ ଉକ୍ତ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ପ୍ରତ୍ୟାହାର କରାନଯିବାଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଜୟ କିଶାନ ଆନ୍ଦୋଳନ, ବରଗଡ଼ ଓ ପଶ୍ଚିମ ଓଡ଼ିଶା କୃଷକ ସମନ୍ୱୟ ସମିତିର ସଦସ୍ୟମାନେ କହିଛନ୍ତି।

Comments are closed.