ନୂଆଦିଲ୍ଳୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ ହୋଇଛି । ସୋମବାର ସନ୍ଧ୍ୟାରେ ୮୪ ବର୍ଷ ବୟସରେ ସେ ଦେହ ତ୍ୟାଗ କରିଛନ୍ତି । ସେ ଅନେକ ଦିନ ଧରି ଭେଣ୍ଟିଲେଟରରେ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଅନେକ ରାଜନେତା ଟ୍ୱିଟ୍ କରି ପ୍ରଣବକୁ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକ ପ୍ରକାଶ କରିଛନ୍ତି ।
India grieves the passing away of Bharat Ratna Shri Pranab Mukherjee. He has left an indelible mark on the development trajectory of our nation. A scholar par excellence, a towering statesman, he was admired across the political spectrum and by all sections of society. pic.twitter.com/gz6rwQbxi6
— Narendra Modi (@narendramodi) August 31, 2020
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି ପ୍ରଣବ ମୁଖାର୍ଜୀଙ୍କ ନିଧନରେ ପୂରା ଦେଶ ଦୁଃଖି। ସେ ଜଣେ ଷ୍ଟେଟ୍ସମ୍ୟାନ ଥିଲେ। ସେ ରାଜନୈତିକ କ୍ଷେତ୍ର ଓ ସାମାଜିକ କ୍ଷେତ୍ରର ସବୁ ବର୍ଗର ସେବା କରିଛନ୍ତି। ପ୍ରଣବ ମୁଖାର୍ଜୀ ନିଜର ରାଜନୈତିକ କ୍ୟାରିୟରରେ ଆର୍ଥିକ ଓ ସାମରିକ କ୍ଷେତ୍ରରେ ଯୋଗଦାନ ଦେଇଛନ୍ତି। ସେ ଜଣେ ଭଲ ସାଂସଦ ଥିଲେ, ଯିଏ ପୂରା ପ୍ରସ୍ତୁତି ସହ ଉତ୍ତର ରଖୁଥିଲେ। ପ୍ରଣବ ମୁଖାର୍ଜୀଙ୍କୁ କେବେ ବି ଭୁଲି ପାରିବେ ନାହିଁ ବୋଲି ମୋଦୀ କହିଛନ୍ତି । ଏହା ଦେଶ ପାଇଁ ଏକ ଅପୁରଣୀୟ କ୍ଷତି । ଗୋଟିଏ ଯୁଗର ଅବସାନ ଘଟିଛି ବୋଲି ସେ କହିଛନ୍ତି ।
असाधारण विवेक के धनी, भारत रत्न श्री मुखर्जी के व्यक्तित्व में परंपरा और आधुनिकता का अनूठा संगम था। 5 दशक के अपने शानदार सार्वजनिक जीवन में, अनेक उच्च पदों पर आसीन रहते हुए भी वे सदैव जमीन से जुड़े रहे। अपने सौम्य और मिलनसार स्वभाव के कारण राजनीतिक क्षेत्र में वे सर्वप्रिय थे।
— President of India (@rashtrapatibhvn) August 31, 2020
ସେହିପରି ପ୍ରଣବ ମୁଖାର୍ଜୀଙ୍କ ନିଧନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ଵିଟ୍ କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ରାମନାଥ କୋବିନ୍ଦ ଟ୍ଵିଟ୍ କରି ଲେଖିଛନ୍ତି ପ୍ରଣବ ମୁଖାର୍ଜୀଙ୍କ ନିଧନ ଖବର ଶୁଣି ଦୁଃଖିତ। ତାଙ୍କର ଚାଲିଯିବା ଏକ ଯୁଗର ଅନ୍ତ ଘଟିଛି। ପ୍ରଣବ ଦେଶର ସେବା କରିଛନ୍ତି। ଆଜି ତାଙ୍କର ପରଲୋକରେ ପୂରା ଦେଶ ମର୍ମାହତ। ସେ କହିଛନ୍ତି ଅସାଧାରଣ ବିବେକର ଧନୀ, ଭାରତ ରତ୍ନ ଶ୍ରୀ ମୁଖାର୍ଜୀଙ୍କ ବ୍ୟକ୍ତିତ୍ଵରେ ପରମ୍ପରା ଓ ଆଧୁନିକତାର ଅଭିନବ ସଙ୍ଗମ ଥିଲା। ୫ ଦଶନ୍ଧିର ନିଜର ସାର୍ବଜନୀନ ଜୀବନରେ ଉଚ୍ଚ ପଦରେ ଆସିନ ରହିବା ପରେ ବି ସେ ତୃଣମୂଳସ୍ତରେ ଜଡିତ ଥିଲେ। ନିଜର ସୌମ୍ୟ ଓ ମେଳାପି ସ୍ଵଭାବ କାରଣରୁ ରାଜନୈତିକ କ୍ଷେତ୍ରରେ ସେ ସର୍ବପ୍ରିୟ ଥିଲେ।
Comments are closed.