Latest Odisha News

BREAKING NEWS

ତ୍ରିଫଳାର ଉପଯୋଗୀ ନେଇ ବ୍ଲଡ କ୍ୟାନ୍ସର ରୋଗୀଙ୍କ ଉପରେ ଏମ୍ସର ଗବେଷଣା

ନୂଆଦିଲ୍ଲୀ: କ୍ୟାନ୍ସର ରୋଗକୁ ଭଲ କରିବାରେ ରାମବାଣ ଉପାୟ ହେବ କି ତ୍ରିଫଳା । ଆୟୁର୍ବେଦିକ ଓ ଏଲୋପ୍ୟାଥୀ ଲଢ଼େଇରେ ବାଜି ମାରିବ ତ୍ରିଫଳା । କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା କେମୋଥେରାପୀ ଏବଂ ମେଡିସିନ ବ୍ୟବହାରରେ ଅନେକ ପାଶ୍ୱର୍୍ୟ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ । ତେବେ ତ୍ରିଫଳା (ହରିଡା, ବାହାଡା ଓ ଅଁଳାର ମିଶ୍ରିତ ଚୂର୍ଣ୍ଣ)କୁ ସେବନ କରିବା ପରେ ଏଥିରୁ ଅନେକାଂଶରେ ମୁକ୍ତି ମିଳୁଥିବା ପ୍ରମାଣିତ ହୋଇଛି । ଅଖିଳ ଭାରତ ଆର‌୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ଏ ନେଇ ଆହୁରି ଅଧିକ ଗବେଷଣା କରିବା ଆରମ୍ଭ କରିଛି । ୧୮ ଲକ୍ଷ କୃତ୍ରିମ କୋଷିକା ଉପରେ ତ୍ରିଫଳା ପରୀକ୍ଷଣ ସକାରାତ୍ମକ ଫଳ ଦେଇଛି । ଏବେ ବ୍ଲଡ କ୍ୟାନସର ରୋଗୀଙ୍କ ଉପରେ ଏହାର ଗବେଷଣା ଆରମ୍ଭ ହୋଇଛି । ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ୨ ଭାଗରେ ବିଭକ୍ତ କରାଯାଇଛି ।

ଗୋଟିଏ ଭାଗକୁ କେବଳ ଏଲୋପ୍ୟାଥୀ ଦିଆଯାଉଥିବା ବେଳେ ଅନ୍ୟ ଭାଗକୁ ଔଷଧ ସହିତ ତ୍ରିଫଳା ଦିଆଯାଉଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ତ୍ରିଫଳା ସେବନକାରୀ ରୋଗୀଙ୍କ ନିକଟରେ ମୃତ କୋଷିକାଙ୍କ ସଂଖ୍ୟା କମିବାରେ ଲାଗିଛି । ସେହିପରି କେମୋଥେରାପୀ ରୋଗୀ ଏହାକୁ ସେବନ କରିବା ପରେ ସ୍ୱାଦରେ ସକାରାତ୍ମକ ପରିବର୍ତନ ଅନୁଭବ କରୁଛନ୍ତି । ଏହା ବ୍ୟତୀତ ସୂର୍ଯ୍ୟକିରଣର ଉତାପ ଜନିତ ସମସ୍ୟା ଏବଂ ଚାପରୁ ମୁକ୍ତି ପାଉଛନ୍ତି । ଏହି ଗବେଷଣାକୁ ଧିରେ ଧିରେ ଅଧିକ ରୋଗୀଙ୍କ କ୍ଷେତ୍ରରେ ପ୍ରୟୋଗ କରାଯିବ । ଏଥିରେ ବି ଯଦି ତ୍ରିଫଳା ବାଜି ମାରେ ତାହାହେଲେ ଭାରତର ଚିକିତ୍ସା ପ୍ରଣାଳୀ କେତେ ପୁରାତନ ଏବଂ ଉପଯୋଗୀ ତାହା ବିଶ୍ୱ ଦରବାରରେ ପ୍ରମାଣିତ ହୋଇପାରିବ ।

Leave A Reply

Your email address will not be published.