Latest Odisha News

[ଭିଡ଼ିଓ] ଉନ୍ନାକୋଟି ମନ୍ଦିରରେ ଲକ୍ଷାଧିକ ମୂର୍ତ୍ତି ରହସ୍ୟ

କିଛି ଘଟଣା ବିଶ୍ୱାସ ନହେଲେ ବି ସତ । କିଛି ରହସ୍ୟ ଏମିତି ରହିଛି । ଯାହା ଆମ ଚାରିପାଖରେ ଥିଲେ ବି ତାର ରହସ୍ୟ ଭେଦ କରିବା ମୁସ୍କିଲ। ଏମିତି ଏକ ମନ୍ଦିର ରହିଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ତ୍ରିପୁରାର ରାଜଧାନୀ ଅଗରତାଲାରେ ରହିଛି ଏହି ରହସ୍ୟମୟ ମନ୍ଦିର ଉନାକୋଟି’।। ଯେଉଁଠି ୯୯ ଲକ୍ଷ ୯୯ ହଜାର ୯୯୯ଟି ଦେବଦେବୀଙ୍କ ପଥର ମୂର୍ତ୍ତି ରହିଛି । ତେବେ କଣ ରହିଛି ଏତେ ସଂଖ୍ୟାର ପଥର ମୂର୍ତ୍ତି ରହସ୍ୟ । କିଏ, କେବେ ଓ କାହିଁକି ଏଗୁଡ଼ିକୁ ତିଆରି କରିଥିଲେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

 

ତେବେ ସବୁଠାରୁ ବଡ ରହସ୍ୟ ହେଉଛି ଯେ ଏକ କୋଟିରୁ ଗୋଟିଏ ମାତ୍ର କମ୍ ପ୍ରତିମା କାହିଁକି ତିଆରି କରାଯାଇଥିଲା ଏଠାରେ? ଏହି ମନ୍ଦିର ବିଷୟରେ ବିଶ୍ୱାସ କରାଯାଏ ଯେ ଥରେ ଭଗବାନ ଶିବ ଏକ କୋଟି ଦେବତାଙ୍କ ସହିତ କୌଣସି ଏକ ସ୍ଥାନକୁ ଯାଉଥିଲେ। ସମସ୍ତ ଦେବତା ଯିବା ରାସ୍ତାରେ ଶୋଇ ପଡ଼ିଲେ ।

ଭଗବାନ ଶିବ ସକାଳୁ ଉଠିବା ପର୍ୟ୍ୟନ୍ତ ମଧ୍ୟ ସମସ୍ତ ଦେବତା ସେହିଭଳି ଶୋଇ ରହିଥିଲେ। ଏହାପରେ ଶିବ କ୍ରୋଧିତ ହୋଇ ଅଭିଶାପ ଦେଇଥିଲେ ଏବଂ ସମସ୍ତ ଦେବତାମାନେ ସେଠାରେ ପଥର ପାଲଟି ଯାଇଥିବାର ବିଶ୍ବାସ କରାଯାଏ।

ଏନେଇ ଆହୁରି ମଧ୍ୟ ଆନେକ କିମ୍ବଦନ୍ତୀ ରହିଛି । ହେଲେ ସଠିକ୍ ରହସ୍ୟ କିନ୍ତୁ କାହାରିକୁ ଜଣାନାହିଁ । ଏବେ ବି ମନ୍ଦିର ସମ୍ପର୍କରେ ବହୁ ବୈଜ୍ଞାନିକ ଖୋଳତାଡ କରିସାରିଛନ୍ତି । ମାତ୍ର ଆଜି ଯାଏ ସେହି ରହସ୍ୟ ରହସ୍ୟ ଭିତରେ ରହିଯାଇଛି ।

Comments are closed.