Latest Odisha News

BREAKING NEWS

ସାନି ଏତଲା ପରେ ବିଜୟଙ୍କୁ ନେଇ ତିର୍ତ୍ତୋଲ ଗରମ, ପୋଲିସ କାହିଁକି ଚୁପ୍ ?

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି । ପ୍ରେମିକା ସୋମାଲିକାଙ୍କ ସାନି ଏତଲା ପରେ ବିଜୟ ଶଙ୍କରଙ୍କ ବିରୋଧରେ ରାଜନୈତିକ ପ୍ରତିବାଦ ଶାଣିତ ହେବାରେ ଲାଗିଛି । ମଙ୍ଗଳବାର କଂଗ୍ରେସ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା । ସେପେଟେ ଆଜି ବିଧାୟକଙ୍କ ଗିରଫାଦାରୀ ଦାବି କରିଛି ବିଜେପି ବିକ୍ଷୋଭ କରି ଏସପିଙ୍କୁ ଭେଟିଛି ।

ଫେବ୍ରୁଆରୀ ୩ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ସୋମାଲିକାଙ୍କ ସାନି ଏତଲାକୁ ଗ୍ରହଣ କରିଥିଲା । ୬ ତାରିଖରେ ପ୍ରାୟ ୬ ଘଣ୍ଟା ଧରି ସୋମାଲିକାଙ୍କୁ ପଚରାଉଚରା କରି ବୟାନର ଭିଡିଓଗ୍ରାଫି କରିଥିଲା ପୋଲିସ । କିନ୍ତୁ ଯାହା ବିରୋଧରେ ଅଭିଯୋଗ, ତାଙ୍କୁ ପୋଲିସ ଏଯାଏ ପଚରାଉଚରା କାହିଁକୁ କରୁନି ବୋଲି ପ୍ରଶ୍ନ ଉଠୁଛି ।

ବିଜୟ ଶଙ୍କରଙ୍କ ବିରୋଧରେ ଆଇପିସି ଧାରା ୩୭୬, ୩୧୩, ୫୦୬, ୩୪ ଅନୁସାରେ ଜଗତସିଂହପୁର ଥାନାରେ ମାମଲା ରୁଜୁ ହୋଇଛି । ଗୁରୁତର ଅଭିଯୋଗ ଓ ସଙ୍ଗୀନ ଧାରା ଲାଗିବା ସତ୍ତ୍ୱେ କାହିଁକି ପୋଲିସ ବିଧାୟକଙ୍କୁ ଜେରା କରୁନି ତାକୁ ନେଇ ନାନା ଚର୍ଚ୍ଚା ହେଉଛି ।

Comments are closed.