Latest Odisha News

BREAKING NEWS

ବଢିଲା ଅଭିନେତା ତଥା ବିଜେପି ନେତା ଅନୁଭବ ମହାନ୍ତିଙ୍କ ଅଡୁଆ

କଟକ: ଅଭିନେତା ତଥା ବିଜେପି ନେତା ଅନୁଭବ ମହାନ୍ତିଙ୍କ ବଢିଲା ଅଡୁଆ। ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷାଙ୍କ ନିର୍ଯାତନା ଅଭିଯୋଗ ମାମଲାରେ କଟକ ଜେଏମଏଫସି କୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ ଖାରଜ କରିଦେଇଛନ୍ତି।

ଅଭିଯୋଗ ମିଥ୍ୟା ଦର୍ଶାଇ ଡିସଚାର୍ଜ ପିଟିସନ ଦାୟର କରିଥିଲେ ଅନୁଭବ ମହାନ୍ତି। ଏପଟେ ମେ’ ୧୦ରେ ଚାର୍ଜଫ୍ରେମ ପାଇଁ ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ ।ସୂଚନାଯୋଗ୍ୟ, ୨୦୨୦ ମସିହାରେ ବର୍ଷା  ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ନିର୍ଯାତନା ମାମଲା ରୁଜୁ କରିଥିଲେ । ଏହାକୁ ରଦ୍ଦ କରିବା ପାଇଁ ଅନୁଭବ କୋର୍ଟରେ ଅନୁରୋଧ କରିଥିଲେ । ଅନୁଭଵଙ୍କ ଡିସଚାର୍ଜ ପିଟିସନକୁ ସରକାରୀ ଆଇନଜୀବୀଙ୍କ ପକ୍ଷରୁ ବିରୋଧ କରାଯିବା ସହ ଆସନ୍ତା ୧୦ ତାରିଖରେ ମାମଲାଟିର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି  ।

 

Leave A Reply

Your email address will not be published.