Latest Odisha News

BREAKING NEWS

ଭବାନୀପାଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ: କହିଲେ ‘ଯାହା ଆମେ କହୁ ତାହା କରୁ, ଏହା ଆମ ଚରିତ୍ର’

ଭବାନୀପାଟଣା: ଲୋକସଭା ନିର୍ବାଚନର ମାହୋଲ ଭିତରେ ଘନ ଘନ ଓଡିଶାକୁ ଛୁଟୁଛି କେନ୍ଦ୍ରିୟ ନେତାଙ୍କ ସୁଅ । ଏହାରିଭିତରେ ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଓଡ଼ିଶା ଗସ୍ତରେ ଆସି ଭବାନୀପାଟଣାରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଅବସରରେ ସେ ସ୍ଥାନୀୟ ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ବିଶାଳ ସାଧାରଣ ସଭାକୁ ଉଦବୋଧନ ଦେଇଛନ୍ତି ।

କଳାହାଣ୍ଡି ଗରିବୀ ଓ ଦାରିଦ୍ର ପାଇଁ ପରିଚିତ । ପ୍ରତ୍ୟେକ ଅଞ୍ଚଳ ବିକଶିତ ନହେଲେ ବିକଶିତ ଭାରତ ସମ୍ଭବ ନୁହେଁ । ଗରିବୀ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । କିନ୍ତୁ ବର୍ଷ ବର୍ଷ ଧରି କ୍ଷମତାରେ ରହିଥିବା କଂଗ୍ରେସ ଦ୍ୱାରା ଏହା ସମ୍ଭବ ହେଲାନି। ମାତ୍ର ମୋଦି କିଛି ବର୍ଷରେ ସେ ଏହା କରି ଦେଖାଇଲେ ବୋଲି କହିଛନ୍ତି ରାଜନାଥ ସିଂ।

ବିଜେପି ସରକାର ଆସିଲେ ଆୟୁଷ୍ମାନ କାର୍ଡ ମିଳିବ । ଗରିବ ହେଉ କି ଧନୀ, ସମସ୍ତଙ୍କୁ ଆୟୁଷ୍ମାନ ସୁବିଧା ମିଳିବ ବୋଲି କହିଛନ୍ତି ରାଜନାଥ । ଯାହା କହିଥିଲୁ ତାହା କରି ଦେଖାଇଛୁ । ଧାରା ୩୭୦ ହଟାଇବୁ କହିଥିଲୁ, ହଟାଇଲୁ । ରାମ ମନ୍ଦିର ନିର୍ମାଣ କରିବାକୁ କହିଥିଲୁ, କରିଲୁ । ଯାହା ଆମେ କହୁ ତାହା କରୁ, ଏହା ଆମ ଚରିତ୍ର ବୋଲି କହିଛନ୍ତି । ସେହିପରି ତିନି ତଲାକ୍ ସମାପ୍ତ କରିବାକୁ କହିଥଲୁ, ସମାପ୍ତ କଲୁ । ଆମ ସରକାର ଆସିବା ପରେ ଆତଙ୍କବାଦୀ ଆକ୍ରମଣ କମିଛି ବୋଲି କହିଛନ୍ତି ରାଜନାଥ ।

ସୂଚନାଯୋଗ୍ୟ ଯେ, ଗତ ମେ’ ୫ ତାରିଖରେ ଓଡିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ତାଙ୍କପରେ ଆଜି ରକ୍ଷାମନ୍ତ୍ରୀ ଦିନିକିଆ ଓଡ଼ିଶା ଗସ୍ତ କରିଛନ୍ତି । ସେହିପରି ଆସନ୍ତାକାଲି ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ ମଧ୍ୟ ଓଡିଶା ଆସିବେ । ସେହିପରି ୮ ଓ ୯ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ନବରଙ୍ଗପୁର ଓ କୋରାପୁଟରେ ପ୍ରଚାର କରିବାର ଯୋଜନା ଥିବା ବେଳେ ୧୦ ଏବଂ ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ।

 

Leave A Reply

Your email address will not be published.