Latest Odisha News

BREAKING NEWS

ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ବ୍ରିଜ୍ ତଳକୁ ଖସିଲା ଟ୍ରକ୍, ଡ୍ରାଇଭର ଓ ହେଲପର ଗୁରୁତର

ଭଦ୍ରକ: ଭଦ୍ରକରେ ଭୟଙ୍କର ସଡକ ଦୁର୍ଘଟଣା । ୧୬ନଂ ଜାତୀୟ ରାଜପଥର ଗେଲପୁର ଛକ ନିକଟରେ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଲା କଦଳୀ ବୋଝେଇ ଟ୍ରକ । ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ଆଜି ସକାଳେ ଟ୍ରକଟି କଦଳୀ ବୋଝେଇ କରି କଟକରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା । ଏହି ସମୟରେ ଗେଲପୁର ଛକ ନିକଟରେ ଟ୍ରକଟି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ବ୍ରିଜ୍ ତଳକୁ ଓଲଟି ପଡ଼ିଥିଲା ।

ସ୍ଥାନୀୟ ଲୋକେ ହେଲପର ଓ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଖବରପାଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.