Latest Odisha News

BREAKING NEWS

ବିଜେଡିକୁ ଆଉ ଏକ ଝଟକା, ହାତ ଧରିଲେ ଅସିତ୍ ପଟ୍ଟନାୟକ

ଭୁବନେଶ୍ବର: ହାତ ଧରିଲେ ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକ । ନିଜ ସମର୍ଥକଙ୍କ ସହ ଆସି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ କଂଗ୍ରେସରେ ମିଶିଲେ ଅସିତ୍ । ଅସିତ୍ ବର୍ତ୍ତମାନ ଭଦ୍ରକ ଜିଲ୍ଲା ବିଜେଡି ଉପସଭାପତି ତଥା ବର୍ତ୍ତମାନ ମଧୁବାବୁ ପେନ୍‌ସନ ଯୋଜନାର ଓଡ଼ିଶା ସରକାରଙ୍କ ମୁଖ୍ୟ ଉପଦେଷ୍ଟା ଅଛନ୍ତି ।

କଂଗ୍ରେସ ଭବନଠାରେ ଆୟୋଜିତ ମିଶ୍ରଣ ପର୍ବରେ ଅସିତଙ୍କ ସହ ବହୁ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ସଦସ୍ୟ, ବର୍ତ୍ତମାନର ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ସମେତ ବହୁ ସମର୍ଥକ କଂଗ୍ରେସରେ ସାମିଲ ହୋଇଛନ୍ତି ।

ଏହି ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଅସିତ ବାବୁଙ୍କ ଯୋଗଦାନ ଦ୍ୱାରା କେବଳ ଭଦ୍ରକ ଜିଲ୍ଲା ନୁହେଁ, ସାରା ଓଡ଼ିଶାରେ ଦଳ ଅଧିକ ଶକ୍ତିଶାଳୀ ହେବ । ଓଡ଼ିଶାରେ କଂଗ୍ରେସ ସରକାର କରିବ ବୋଲି ସେ କହିଛନ୍ତି ।

ଏହି ଅବସରରେ ଅସିତ କହିଛନ୍ତି, ବିଜେଡି ଓ ବିଜେପି ଏକ ହୋଇ ଅଛନ୍ତି । ଉଭୟେ ବୁଝାମଣା ଭିତ୍ତିରେ ଓଡ଼ିଶାରେ ଲୋକସଭା ଠାରୁ ଆରମ୍ଭ କରି ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ଦେଇଛନ୍ତି । ସବୁଠୁ ଦୁଃଖର କଥା ଉଭୟ ବିଜେପି ଓ ବିଜେଡି ଭଦ୍ରକକୁ ଲୁଟୁଛନ୍ତି । କଂଗ୍ରେସ ଚଳିତ ନିର୍ବାଚନରେ ଭଦ୍ରକ ଜିଲ୍ଲାରେ ଆଶାତୀତ ସଫଳତା ଲାଭ କରିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.