Latest Odisha News

BREAKING NEWS

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, କାରକୁ ଧକ୍କା ଦେଲା ଟ୍ରକ, ଗୋଟିଏ ପରିବାରର ୮ ମୃତ

ଜୟପୁର : ରାଜସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଗୋଟିଏ ପରିବାରର ୮ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଜୟପୁର-କୋଟା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । 

ତୀବ୍ର ଗତିରେ ଆସୁଥିବା ଗୋଟିଏ ଟ୍ରକ ଆଗରେ ଯାଉଥିବା ଏକ କାରକୁ ଧକ୍କା ମାରିଥିଲା । ଯେଉଁଥିରେ କାରରେ ବସିଥିବା ୮ ଜଣଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡିଯାଇଥିବା ବେଳେ ଅନ୍ୟ ପାଞ୍ଚଜଣ ଗଭୀର ଭାବେ ଆହାତ ହୋଇଥିଲେ । ଆହାତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସ୍ଥିତି ଜଟିଳ ହେବାରୁ ସେମାନଙ୍କୁ ଜୟପୁରକୁ ରେଫର୍ କରାଯାଇଥିବା ଜଣାପଡ଼ିଛି ।

କାରଟିରେ ଯାଉଥିବା ସମସ୍ତ ଲୋକ ମଧ୍ୟପ୍ରଦେଶ ରାଜଗଢ଼ ଜିଲ୍ଲାର ଜିରାପୁର ଗାଁର ହୋଇଥିବା ଜଣାପଡ଼ିଛି । ସେମାନେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ । ଖାଟୁ ଶ୍ୟାମ୍ ଜିଙ୍କ ଦର୍ଶନ ସାରି ସମସ୍ତେ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା ।

ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍ କରି ମୃତକଙ୍କ ପାଇଁ ଶୋକ କରିବା ସହ ଆହାତଙ୍କ ଶିଘ୍ର ଆରୋଗ୍ୟ କାମନା ମଧ୍ୟ କରିଛନ୍ତି ।

Leave A Reply

Your email address will not be published.