Latest Odisha News

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୁ‌‌ଳ: ସକାଳୁ ସକାଳୁ ଦୁଃଖଦ ଖବର । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୩ଜଣଙ୍କ ଜୀବନ । ବାଇକ ସହ ମୁହାଁ ମୁହିଁ ଧକ୍କା ହେଲା ଟ୍ରକ୍‌ । ଦୁର୍ଘଟଣାରେ ବାଇକରେ ଥିବା ୩ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନଏଚ୍ ୫୫ ପଞ୍ଚମହଲା ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି ।

ସୂଚନା ଅନୁସାରେ, ଆଜି ସକାଳେ ବାଇକରେ ୩ଜଣ ଯୁବକ ନିଜ ଗାଁରୁ ଅନୁଗୁଳ ଅଭିମୁଖେ ଯାଉଥିଲେ। ଏନଏଚ୍ ୫୫ ପଞ୍ଚମହଲା ନିକଟରେ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୩ ଯୁବକ ଛିଟିକି ପଡ଼ିଥିବା ବେଳେ ସେମାନଙ୍କ ମୃତ୍ୟୁ ଘଟିଥିଲା । ମୃତକମାନେ ହେଲେ ୪୮ ବର୍ଷୀୟ କୃପା ଦେହୁରୀ, ୨୧ ବର୍ଷୀୟ ରାଜେନ୍ଦ୍ର ପ୍ରଧାନ ଓ ୧୭ ବର୍ଷୀୟ ସୁବ୍ରତ ପ୍ରଧାନ । ସେମାନେ ଅନୁଗୁଳ ଜିଲ୍ଲା ଡେରଜାଙ୍ଗ ଗାଁର ବୋଲି ଜଣାପଡିଛି।

ସେପଟେ ଉକ୍ତ ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାକୁ ଉଦ୍ୟମ କରିବା ସହ ମୃତ ଦେହକୁ ନିକଟସ୍ଥ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ଏଯାବତ୍ ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି।

 

Leave A Reply

Your email address will not be published.