Latest Odisha News

BREAKING NEWS

ରାଇରଙ୍ଗପୁର: ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଗୁରୁତର ଆହତ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଅନ୍ତର୍ଗତ ବିଶୋଇ ସ୍ଥିତ ଏକ ପୋଲ ନିକଟରେ ଏକ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଏହି ଦୁର୍ଘଟଣାରେ ଡ୍ରାଇଭର ମୃତୁଞ୍ଜୟ ଶ୍ରୀବାସ୍ତବ (୪୫) ଗୁରୁତର ଆହତ ହୋଇଛନ୍ତି । ତାଙ୍କ ଘର ଝାଡଖଣ୍ଡର ଜାମଶେଦପୁର ଅଞ୍ଚଳ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଏକ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ ଜାମଶେଦପୁରରୁ ବାରିପଦା ଆସୁଥିବାବେଳେ କୌଣସି କାରଣବଶତଃ ଡ୍ରାଇଭର ଜଣଙ୍କ ଭାରସାମ୍ୟ ହରାଇବାରୁ ଟ୍ରକଟି ପୋଲ ତଳକୁ ଖସି ପଡ଼ିଥିଲା।

ଅନ୍ୟପକ୍ଷରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ପରବର୍ତ୍ତୀ ସମୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଇରଙ୍ଗପୁର ସବ୍-ଡିଭିଜନାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ତେବେ ଦୀର୍ଘ ଦିନରୁ ପୋଲର ସୁରକ୍ଷା ପିଲର ଭାଙ୍ଗିଯାଇଥିବା ବେଳେ ଏଥିପାଇଁ ଦୁର୍ଘଟଣା ଘଟିଥିବା ନେଇ ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.