Latest Odisha News

BREAKING NEWS

ଅଭିଜିତ ଆୟାରଙ୍କୁ କ୍ଷମା ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସା କଲେ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ

ଭୁବନେଶ୍ୱର : ଅଭିଜିତ ଆୟାରଙ୍କୁ ରାଜ୍ୟ ସରକାର କ୍ଷମା ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହୃଦୟତାକୁ ପ୍ରଂଶସା କରିଛନ୍ତି ବିଜେପି ବରିଷ୍ଠ ନେତା ସୁବ୍ରମଣ୍ୟମ୍ ସ୍ୱାମୀ ।

ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ତଥା ଓଡିଶା ସମ୍ପର୍କରେ ରିସର୍ଚ୍ଚ ସ୍କଲାର ଅଭିଜିତ ଆୟାର ମିତ୍ର ଦେଇଥିବା କଟୁ ମନ୍ତବ୍ୟ ପରେ ସମଗ୍ର ଓଡିଶାରେ ହଇଚଇ ସୃଷ୍ଟି ହୋଇଥିଲା । ଏନେଇ ପରବର୍ତ୍ତୀ ସମୟରେ ସେ ଗିରଫ ହେବା ପରେ ତାଙ୍କର ଏହି କର୍ମ ଲାଗି କ୍ଷମା ପ୍ରାର୍ଥନା କରିଥିଲେ । ସେ ମଧ୍ୟ ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ତଥା ମୁଖ୍ୟ ଶାସନ ସଚିବଙ୍କୁ ଏକ କ୍ଷମା ପ୍ରାର୍ଥନା ସମ୍ବଳିତ ପତ୍ର ପ୍ରଦାନ କରିଥିଲେ ।

ମାତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହୃଦୟତାର ସହିତ ଅଭିଜିତଙ୍କୁ କ୍ଷମା ପ୍ରଦାନ କରିଛନ୍ତି ।

ଏକ ଟ୍ୱିଟ୍ କରି ବିଜେପିର ଏହି ବରିଷ୍ଠ ନେତା ସୁବ୍ରମଣ୍ୟମ୍ ସ୍ୱାମୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ଓଡ଼ିଶା ବିଧାନସଭାର ବିଜ୍ଞ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି । ସେ ଟ୍ୱିଟ୍ରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ପୂର୍ବରୁ ଓଡିଶାର ଐତିହ୍ୟ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ହରଡଘଣାରେ ପଡିଥିଲେ ଅଭିଜିତ ଆୟାର ।

ଅନ୍ୟପକ୍ଷରେ ତାଙ୍କ ବିରୋଧରେ ବିଚାର ଚାଲିଥିବାବେଳେ ଅଭିଜିତଙ୍କ ଓକିଲଙ୍କୁ ଭତ୍ସନା କରି ସିଜେଆଇ ତାଙ୍କ ପାଇଁ ଜେଲ୍ ସୁରକ୍ଷିତ ସ୍ଥାନ ବୋଲି କହିଥିଲେ । ଏତେସବୁ ପରେ ମଧ୍ୟ ରାଜ୍ୟ ସରକାର ଅଭିଜିତଙ୍କୁ କ୍ଷମା କରିବା ସହ ତାଙ୍କ ଉପରୁ ମାମଲା ପ୍ରତ୍ୟାହାର କରି ନିଜ ବିଶାଳ ହୃଦୟର ପରିଚୟ ଦେଇଥିବା ନେଇ ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.